ଶ୍ରୀନଗର : ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଆତଙ୍କୀ କମାଣ୍ଡର ଆଶିକ ନୈଗରୁ ଉପରେ ପୁଲୱାମା ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ତାଙ୍କ ଘର ଉପରେ ବୁଲ୍ଡୋଜର ଚାଲିଛି । ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି । ଅଶିକ୍ର ଦୁଇ ମହଲା ଘର ରାଜପୁରା ଅନ୍ତର୍ଗତ ନ୍ୟୁ କଲୋନୀରେ ସରକାରୀ ସ୍ଥାନରେ ନିର୍ମାଣ ହୋଇଥିଲା । ଯାହାକୁ ନେଇ କାର୍ଯ୍ୟାନୁଷ୍ଠାନ ନେଇଛି ପ୍ରଶାସନ ।
ପୋଲିସ୍ ଉପସ୍ଥିତିରେ ଜିଲ୍ଲା ପ୍ରଶାସନ ଆଶିକ୍ର ଘରକୁ ଧ୍ୱଂସ କରିଛି । ଆଶିକ୍ ଜୈଶ୍ର କମାଣ୍ଡର ଥିବା ପୋଲିସ୍କୁ ସୂଚନା ମିଳିଥିଲା । ସେ ୨୦୧୯ରେ ପୁଲ୍ୱାମାରେ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ବଳ ଉପରେ ହୋଇଥିବା ଆଟାକ୍ରେ ଜଡ଼ିତ ରହିଥିଲା । ଏହି ମାମଲାରେ ୪୦ ଯବାନ୍ ସହୀଦ୍ ହୋଇଥିଲେ । ସେହି ବର୍ଷ ଏପ୍ରିଲ୍ରେ କେନ୍ଦ୍ର ସରକାର ଆଶିକ୍କୁ ଆତଙ୍କବାଦୀ ବୋଲି ଘୋଷଣା କରିଥିଲେ ।
ଏକ ଅଧିସୂଚନା ଜାରି କରି କେନ୍ଦ୍ର ଗୃହମନ୍ତ୍ରାଳୟ ଆଶିକ୍କୁ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ୍ ଥିବା ଏବଂ ଜାମ୍ମୁ-କାଶ୍ମୀର ବିଭିନ୍ନ ଅଞ୍ଚଳରେ ଆତଙ୍କବାଦୀଙ୍କୁ ଏକାଠି କରୁଥିବା କହିଥିଲା । ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଥିଲା ଯେ ସେ ଏକ ସିଣ୍ଡିକେଟ୍ ଚଳାଉଛି । ସେ ପାକିସ୍ତାନରୁ ରିମୋଟ୍ କଣ୍ଟ୍ରୋଲ୍ ମାଧ୍ୟମରେ ଜାମ୍ମୁ-କାଶ୍ମୀରରେ ଆତଙ୍କୀ କାର୍ଯ୍ୟ କରାଇବା ଅଭିଯାନରେ ଲାଗିପଡ଼ିଛି । ଏହାରି ମଧ୍ୟରେ ଆତଙ୍କବାଦୀ ସଂଗଠନ ଦ ରେଜିଷ୍ଟେନ୍ସ ଫୋର୍ସ ଆଶିକ୍ର ଘର ଭାଙ୍ଗିବାକୁ ବିରୋଧ କରିଛି
