କୃଷ୍ଣପ୍ରସାଦ: ପୁଣି ମଝି ଚିଲିକାରେ ଫସିଲା ଭସାପୋଲ । ଯାନ୍ତ୍ରିକ ତ୍ରୁଟି କାରଣରୁ ଫସି ଯାଇଛି । ଫଳରେ ଭସାପୋଲରେ ଯାତ୍ରା କରୁଥିବା ୬୦ ରୁ ଉର୍ଦ୍ଧ୍ଵ ଯାତ୍ରୀ ଫସିରହିଛନ୍ତି । ସେହିପରି ଭସାପୋଲରେ ୫ଟି ଚାରିଚକିଆ ଗାଡ଼ି ଓ ୨୦ ରୁ ଉର୍ଦ୍ଧ୍ଵ ବାଇକ୍ ମଧ୍ୟ ରହିଛି ।
ତେବେ ମିଳିଥିବା ସୂଚନା ଅନୂଯାୟୀ ଯାତ୍ରୀଙ୍କ ଉଦ୍ଧାର ସହ ଭସାପୋଲ ମରାମତି ପାଇଁ ଉଦ୍ୟମ ଜାରି ରହିଛି । ସୂଚନା ମୁତାବକ ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକର ସାତପଡ଼ା-ଜହ୍ନିକୁଦା ମଝିରେ ଭସାପୋଲ ଫସିଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ମାସରେ ମଧ୍ୟ ଚିଲିକାରେ ଭସାପୋଲ ଘଣ୍ଟାଏ ସମୟ ଧରି ଫସି ରହିଥିଲା । ଫଳରେ ୬୦ରୁ ଅଧିକ ଯାତ୍ରୀ ସଙ୍କଟଜନକ ପରିସ୍ଥିତିରେ ରହିଥିଲେ । ତେବେ ଚିଲିକାରେ କମ୍ ଜଳସ୍ତର କାରଣରୁ ଭସାପୋଲ ପୁନଃ କାର୍ଯ୍ୟକ୍ଷମ ହୋଇଥିଲା । ପାଖାପାଖି ୧ ଘଣ୍ଟାର ରେସକ୍ୟୁ ଅପରେସନ ପରେ ଭସାପୋଲ ଚିଲିକା କୂଳକୁ ଆସିଥିଲା ।
