ହିମାଚଳରେ କ୍ୟାବିନେଟ୍ ସମ୍ପ୍ରସାରଣ; ମୁଖ୍ୟମନ୍ତ୍ରୀ ସୁଖୁଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେଲେ ୭ ମନ୍ତ୍ରୀ

ଭୁବନେଶ୍ୱର,୮/୧(ସତ୍ୟପାଠ ବ୍ୟୁରୋ): ଆଜି ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖୱିନ୍ଦର୍‌ ସିଂହ ସୁଖୁ ତାଙ୍କର କ୍ୟାବିନେଟ୍‌ ସମ୍ପ୍ରସାରଣ କରୁଛନ୍ତି। ରାଜ୍ୟର ୭ଜଣ ବିଧାୟକଙ୍କୁ ନିଜ ମନ୍ତ୍ରୀମଣ୍ଡଳରେ ଅନ୍ତର୍ଭୁକ୍ତ କରିଛନ୍ତି ସୁଖୁ। ଏହାକୁ ମିଶାଇ ତାଙ୍କ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସଂଖ୍ୟା ୯ରେ ପହଞ୍ଚିଛି। ଆଜି ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର୍‌ ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ମିଂହଙ୍କ ପୁତ୍ର ବିକ୍ରମାଦିତ୍ୟ ସିଂହଙ୍କ ସମେତ ୭ଜଣ ବିଧାୟକଙ୍କୁ ଶପଥପାଠ କରାଇଥିଲେ।

କ୍ୟାବିନେଟ୍‌ରେ ସାମିଲ ହୋଇଥିବା ନୂଆ ମନ୍ତ୍ରୀମାନଙ୍କ ମଧ୍ୟରେ ଅଛନ୍ତି ୩ଥର ବିଧାୟକ ହୋଇଥିବା ସୋଲାନ୍‌ର ବିଦାୟକ ଧନୀରାମ ଶାନ୍ଦିଲ୍‌ କଙ୍ଗ୍‌ରା ଜିଲ୍ଲାର ଜୱାଲି ବିଧାୟକ ଚନ୍ଦର୍‌ କୁମାର, ସିର୍‌ମୌର୍‌ ଜିଲ୍ଲାର ଶିଲ୍ଲାଇର ବିଧାୟକ ହର୍ଷବର୍ଦ୍ଧନ ଚୌହାନ୍‌ ଏବଂ ଜନଜାତି ଅଧ୍ୟୁଷିତ ଜିଲ୍ଲା କିନ୍ନୌର୍‌ର ବିଧାୟକ ଜଗତ୍‌ ସିଂହ ନେଗି। ସେହିପରି, ଜୁବ୍ବଲ୍‌-କୋଠାଇ, କାସୁମ୍‌ପ୍ତି ଏବଂ ଶିମ୍‌ଲା (ଗ୍ରାମୀଣ) ବିଧାୟକ ରୋହିତ ଠାକୁର, ଅନିରୁଦ୍ଧ ସିଂହ ଏବଂ ବିକ୍ରମାଦିତ୍ୟ ସିଂହଙ୍କୁ ମଧ୍ୟ ସମ୍ପ୍ରସାରିତ କ୍ୟାବିନେଟ୍‌ରେ ସାମିଲ କରାଯାଇଛି।

ତେବେ ପୂର୍ବରୁ ଡିସେମ୍ବର ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ସୁଖୁ ଏବଂ ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ ଶପଥ ଗ୍ରହଣ କରିଥିଲେ। ହିମାଚଳ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ସର୍ବାଧିକ ମନ୍ତ୍ରୀସଂଖ୍ୟା ୧୨ରୁ ଅଧିକ ହୋଇ ପାରୁ ନ ଥିବା ବେଳେ ଏବେ ମଧ୍ୟ ଉପବାଚସ୍ପତି ପଦବୀ ଛଡ଼ା ୩ଟି ପଦବୀ ଖାଲି ରହିଛି।

Related Posts