କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା: ମେମୋରି ଚିପ୍ କୁ ନେଇ କ୍ରାଇମବ୍ରାଞ୍ଚ ହାତ ଖାଲି

ଭୁବନେଶ୍ୱର: ବହୁ ଚର୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା ଉପରୁ ପରଦା ଉଠିଛି | କ୍ରାଇମବ୍ରାଞ୍ଚ ହାତରେ ଲାଗିଛନ୍ତି ଅଭିଯୁକ୍ତ | ଗିରଫ ଅଭିଯୁକ୍ତ ମାନେ ନିଜ ନିଜ ମାନିଛନ୍ତି | ଏହାରି ମଧ୍ୟରେ ଦ୍ୱିତୀୟ ଥର ପାଇଁ କ୍ରାଇମବ୍ରାଞ୍ଚ ଆଣିଥିବା ରିମାଣ୍ଡ ଅବଧି ଆଜି ଶେଷ ହେବ | ଦ୍ୱିତୀୟ ପର୍ଯ୍ୟାୟରେ ତିନି ଦିନିଆ ରିମାଣ୍ଡରେ ଆସିଥିବା ଶର୍ମିଷ୍ଠା ରାଉତ ଓ ଝୁନା ଭୋଇଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ଏହି ପର୍ଯ୍ୟାୟରେ ରିମାଣ୍ଡରେ ଆଣିବା ପରେ କ୍ରାଇମବ୍ରାଞ୍ଚ ମେମୋରି ଚିପକୁ ଗୁରୁତ୍ୱ ଦେଇଛି । ସେହି ରହସ୍ୟମୟ ମୋମେରି ଚିପର ଏଯାଏଁ ପତ୍ତା ମିଳୁନି । ସଂପୂର୍ଣ୍ଣ ୱେବ ପୋର୍ଟାଲରେ କାମ କରୁଥିବା ସମୟରେ ମାନସ ବିଭିନ୍ନ ସମୟରେ କିଛି ବନ୍ଧୁ ଓ ସହଯୋଗୀଙ୍କ ଘରୁ ରହୁଥିଲେ । ତେଣୁ କ୍ରାଇମବ୍ରାଞ୍ଚ ସେହି ସ୍ଥାନରେ ଚଢାଉ କରିଥିବା ଜଣାପଡ଼ିଛି ।

ହେଲେ ମେମୋରି ଚିପ୍ ସଂପର୍କରେ କୌଣସି ତଥ୍ୟ ମିଳିନଥିବା କୁହାଯାଉଛି । ମାନସ ସ୍ୱାଇଁଙ୍କୁ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ବାଉଁଶରେ ପିଟି ପିଟି ହତ୍ୟା କରିଥିଲେ । ମାନସଙ୍କୁ ବାଉଁଶରେ ମାଡ଼ ମରାଯାଇଥିଲା ବୋଲି କହିଛନ୍ତି ଦୟାଳୁ ଆଶ୍ରମର କେୟାର ଟେକର । ଆଶ୍ରମରୁ ଦୁଇଟି ବାଉଁଶ ଜବତ କରିଛି କ୍ରାଇମବ୍ରାଞ୍ଚ । ମାଡ଼ ମାରିବା ପରେ ଏହି ବାଉଁଶକୁ ଝରକା ବାହାରକୁ ଫୋପାଡ଼ି ଦିଆଯାଇଥିଲା । କ୍ରାଇମବ୍ରାଞ୍ଚ ଏହି ବାଉଁଶକୁ କଟକ ମେଡିକାଲର ଏଫଏମଟି ବିଭାଗକୁ ପରୀକ୍ଷା ପାଇଁ ପଠାଇଥିଲା । ସୂଚନା ଅନୁସାରେ ଏଫଏମଟିରୁ ଆସିଥିବା ରିପୋର୍ଟରେ ମଧ୍ୟ ମାନସଙ୍କ ହତ୍ୟାକାଣ୍ଡରେ ଏହି ବାଉଁଶ ବ୍ୟବହାର ହୋଇଥିବା ଜଣାପଡ଼ିଛି ।

Related Posts