କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣା: ଭିଡିଓ ଫୁଟେଜ ହତ୍ୟାକାଣ୍ଡର ମୁଖ୍ୟ କାରଣ

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣା ଉପରୁ ପରଦା ଉଠିଛି | କ୍ରାଇମବ୍ରାଞ୍ଚ ହାତରେ ମୁଖ୍ୟ ଅଭିଯୁକ୍ତ ଗିରଫ ହେବା ପରେ ହତ୍ୟା ଘଟଣା ଉପରୁ ପରଦା ଉଠିଛି | ତେବେ କିଛି ଭିଡିଓ ଫୁଟେଜକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି | ଶର୍ମିଷ୍ଠାକୁ ଜେରା ବେଳେ ଏନେଇ ତଥ୍ୟ ମିଳିଛି ବୋଲି କହିଛି କ୍ରାଇମବ୍ରାଞ୍ଚ । ଆଜି ଶର୍ମିଷ୍ଠା ଓ ନିରଞ୍ଜନଙ୍କୁ ସମ୍ପୂର୍ଣ୍ଣ କାର୍ଯ୍ୟାଳୟକୁ ନିଆଯିବ । ଆଜି ସରୁଛି କ୍ୟାମେରାମେନ ମାନସ ସ୍ୱାଇଁ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡ । ୫ ଦିନର ମାରାଥନ ଜେରା ପରେ ଅଭିଯୁକ୍ତମାନେ ସତ ସ୍ୱୀକାର କରିଛନ୍ତିି ।

ପଚରାଉଚରାରୁ ଜଣାପଡିଛି ଯେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଏବଂ ସହଯୋଗୀମାନେ ମାନସଙ୍କୁ ହତ୍ୟା କରିବାର ୩୬ ଘଂଟାର ଲୋମଟାଙ୍କୁରା ଘଟଣାର ଖୁଲାସା କରିଛନ୍ତି । ୩୬ ଘଂଟାରେ ପାଖାପାଖି ୬ ଶହ ୧୦ କିମି ଅଭିଯୁକ୍ତମାନେ ବୁଲିଥିବା ପୋଲିସ ଆଗରେ ମାନିଛନ୍ତି ଶର୍ମିଷ୍ଠା ରାଉତ । ଫେବୃଆରୀ ଅଭିଯୁକ୍ତମାନେ ୭ତାରିଖ ସକାଳେ ମାନସଙ୍କୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଳାସପୁର ନିକଟରୁ ଅପହରଣ କରିଥିଲେ । ମାନସଙ୍କୁ ଅପହରଣ କରିବା ପାଇଁ ସେମାନେ ଫେବୃଆରୀ ୬ତାରିଖ ରାତିରୁ ସେହି ସ୍ଥାନରେ ଅପେକ୍ଷା କରିଥିଲେ । ଶର୍ମିଷ୍ଠାଙ୍କୁ ଏହି ଅପହରଣରେ ରଂଜନ ନାୟକ, ଝୁନା ଭୋଇ, ଭାଗ୍ୟଧର ନାୟକ, ବିବେକ ସହଯୋଗ କରିଥିଲେ ।

ସେପଟେ ଆଜି ସରୁଛି ସମସ୍ତ ଅଭିଯୁକ୍ତ ରିମାଣ୍ଡ ଅବଧି । ତେବେ ଶେଷର ଦିନରେ ପୁରା ଆକ୍ସନମୋଡ଼କୁ ଆସିଛି କ୍ରାଇମ୍‌ବ୍ରାଞ୍ଚ । ଘଟଣାରେ ତଥ୍ୟ ସଂଗ୍ରହ ପାଇଁ ସଂପୂର୍ଣ୍ଣା ଓ୍ୱେବ ପୋର୍ଟାଲ ଅଫିସରେ ପହଞ୍ଚିଛି କ୍ରାଇମ୍‌ବ୍ରାଞ୍ଚର ଏକ ଟିମ୍‌ । ସେହିପରି ଅନ୍ୟ ଏକ ଟିମ୍‌ ସହ ଭୁବନେଶ୍ୱର ଆସୁଛନ୍ତି ଶର୍ମିଷ୍ଠା ଓ ନିରଞ୍ଜନ।

ସେପଟେ ଘଟଣାରେ ଅଧିକ ତଦନ୍ତ ପାଇଁ କ୍ରାଇମ୍‌ସ୍ପଷ୍ଟକୁ ଯାଇଛି କ୍ରାଇମ୍‌ବ୍ରାଞ୍ଚ । କଟକ ସ୍ଥିତ କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟାଳୟରୁ ୨ଟି ଟିମ୍‌ ବାହାରିଛି । ତେବେ ଉଭୟ ଟିମ୍‌ କେଉଁ କେଉଁ ସ୍ଥାନକୁ ଯାଇଛି । ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

Related Posts