ଜାମ୍ମୁକାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଘରେ CBI ରେଡ୍

ଭୁବନେଶ୍ୱର,୨୨/୨(ସତ୍ୟପାଠ ବ୍ୟୁରୋ):  ଜାମ୍ମୁକାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଘରେ ସିବିଆଇ ରେଡ୍ । ଦିଲ୍ଲୀରେ ସିବିଆଇ ପ୍ରାୟ ୩୦ଟି ସ୍ଥାନରେ ରେଡ୍ କରିଛି । ହାଇଡ୍ରୋ ପାୱାର ପ୍ରୋଜେକ୍ଟ ମାମଲାରେ ସିବିଆଇ ସତ୍ୟପାଲ ମଲ୍ଲିକଙ୍କ ଘରେ ଏହି ରେଡ୍ କରିଛି । ତେବେ ଖାଲି ସେତିକି ନୁହେଁ, ଦିଲ୍ଲୀ ସହିତ ଜାମ୍ମୁକାଶ୍ମୀରର କିଛି ସ୍ଥାନରେ ମଧ୍ୟ ରେଡ୍ କରିଛି ସିବିଆଇ ।

ମିଳିଥିବା ସୂଚନା ମୁତାବକ, ଏହି ରେଡ୍ ୨୦୧୯ ମସିହା କିରୁ ହାଇଡ୍ରୋ ପାୱାର ପ୍ରୋଜେକ୍ଟ ପାଇଁ ୨୨୦୦ କୋଟିର ସିଭିଲ୍ କାମରେ ହେଇଥିବା ଭ୍ରଷ୍ଟାଚାର ପାଇଁ କରାଯାଇଛି । ୨୦୧୮ ଅଗଷ୍ଟ ମାସରୁ ୨୦୧୯ ଅକ୍ଟୋବର ମାସ ପର୍ଯ୍ୟନ୍ତ ଜାମ୍ମୁକାଶ୍ମୀରରେ ରାଜ୍ୟପାଳ ଥିଲେ ସତ୍ୟପାଲ ମଲ୍ଲିକ । ଆଉ ସେ ଅଭିଯୋଗ କରିଥିଲେ ଯେ, ଏହି ଦୁଇଟି ଫାଇଲକୁ ମଞ୍ଜୁର କରିବାକୁ ତାଙ୍କୁ ୩ ଶହ କୋଟି ଟଙ୍କା ଅଫର୍ କରାଯାଇଥିଲା । ତେଣୁ ଏହି ଘଟଣାର ସତ୍ୟାସତ୍ୟ ଜାଣିବାକୁ ସିବିଆଇ ରେଡ୍ କରିଥିବା ଜଣାପଡିଛି ।

ଅନ୍ୟପଟେ ସତ୍ୟପାଲ ମଲ୍ଲିକ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, ଗତ ୩-୪ ଦିନ ହେଲା ମୁଁ ଅସୁସ୍ଥ ଅଛି, ଆଉ ହସ୍ପିଟାଲରେ ଭର୍ତ୍ତି ହେଇଛି । ତା ସତ୍ତେ୍ୱ ବି ତାନାଶାହୀ ସରକାର ଏଜେନ୍ସି ସାହାଯ୍ୟରେ ରେଡ୍ କରୁଛି । ମୋ ଡ୍ରାଇଭର, ସହାୟକଙ୍କୁ ମଧ୍ୟ ବିନା କାରଣରେ ହଇରାଣ କରାଯାଉଛି । ମୁଁ ଜଣେ ଚାଷୀର ପୁଅ, ମୁଁ କେବେ ବି ଡରିବିନି ବୋଲି ପୋଷ୍ଟରେ ଉଲ୍ଲେଖ କରିଛନ୍ତି ସତ୍ୟପାଲ ମଲ୍ଲିକ ।

Related Posts