ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟର ୨୯୭ଟି ଥାନା ଓ ୨୭ଟି ଆଉଟ୍‌ପୋଷ୍ଟରେ କାମ କରୁନି CCTV କ୍ୟାମେରା । ଯାହାକୁ ନେଇ ଉଦ୍‌ବେଗ କରିଛି ରାଜ୍ୟ ପୁଲିସ ମୁଖ୍ୟାଳୟ। ଏ ବାବଦରେ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର ବା ଓକାକ୍‌ ସିଇଓଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ଅତିରିକ୍ତ ଡିଜି। ଏଥିସହ ରାଜ୍ୟର ୬୪୫ଟି ଥାନା ଭିତରୁ ୫ଟି ଥାନାରେ ଆଦୌ କାମ କରୁନି ସିସିଟିଭି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ସମସ୍ତ ଥାନା ଓ ଆଉଟପୋଷ୍ଟରେ ଲାଗିଥିବା ସିସିଟିଭି ଗୁଡ଼ିକ ବିନା କୌଣସି ବାଧାରେ ୨୪ ଘଣ୍ଟା କାର୍ଯ୍ୟକ୍ଷମ ରହିବା ଅପରିହାର୍ଯ୍ୟ। କିନ୍ତୁ ଥାନା ଗୁଡିକରେ କ୍ୟାମେରା କାମ କରୁନଥିବାରୁ ସେଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ତୁରନ୍ତ ସଜାଡ଼ିବାକୁ ଚିଠିରେ ଲେଖାଯାଇଛି। ସେପଟେ ମୁକୁଳା ପଡ଼ିଛି ଉପକୂଳ। ପୁରୀରୁ ଅସ୍ତରଙ୍ଗ, କେନ୍ଦ୍ରାପଡ଼ାରୁ ଧାମରା କେଉଁଠି ନାହିଁ ସିସିଟିଭି । ପୁରୀ ଜିଲ୍ଲା ଅସ୍ତରଙ୍ଗ ସମୁଦ୍ରକୂଳର। ଏଠାରେ ନୂଆଗଡ଼ ମାଛଧରା ବନ୍ଦର ସାଙ୍ଗକୁ ପୀର ଜାହାନିଆ ପର୍ୟ୍ୟଟନସ୍ଥଳୀ ରହିଛି। ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି।