ନୂଆଦିଲ୍ଲୀ: ବିଜେପି ଉପରେ ପୁଣି ବର୍ଷିଲେ ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ । ବିଜେପିକୁ ପୁଣି କଟାକ୍ଷ କରିଛନ୍ତି। ବିରୋଧୀ ଦଳ ନେତାଙ୍କ ଉପରେ ସିବିଆଇ ଚଢ଼ଉକୁ ବିରୋଧ କରି ଚିଦମ୍ବରମ କହିଛନ୍ତି, କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଏବଂ ସିବିଆଇ ବିଜେପି ନିର୍ଦ୍ଦେଶରେ କାମ କରୁଛନ୍ତି ଏବଂ ଉକ୍ତ ତଦନ୍ତକାରୀ ସଂସ୍ଥା ଦ୍ବାରା ୯୫ ପ୍ରତିଶତ ବିରୋଧୀ ଦଳ ନେତା ଗିରଫ ହେଉଛନ୍ତି ।
ମୋର୍ବି ପୋଲ ଦୁର୍ଘଟଣା ସଂକ୍ରାନ୍ତରେ ଟିପ୍ପଣୀ ରଖି ଚିଦମ୍ବରମ କହିଛନ୍ତି, ଏହା ଖୁବ୍ ଆଶ୍ଚର୍ଯ୍ୟଜନକ ଯେ ଏହି ଘଟଣା ପାଇଁ କେହି କ୍ଷମା ମାଗିଲେନି କି କେହି ଇସ୍ତଫା ଦେଲେନି।
ବିଜେପି ନେତୃତ୍ବାଧୀନ କେନ୍ଦ୍ରକୁ ଆକ୍ଷେପ କରି ଚିଦମ୍ବରମ କହିଛନ୍ତି, ଗୁଜରାଟରେ ଶାସନ ଦିଲ୍ଲୀରୁ ପରିଚାଳିତ ହେଉଛି। ମୁଖ୍ୟମନ୍ତ୍ରୀଙ୍କର କିଛି ଭୁମିକା ନାହିଁ। ଚିଦମ୍ବରମ କହିଛନ୍ତି, ଗୁଜରାଟର ଲୋକଙ୍କୁ ମୁଁ ଏହା ଅନୁରୋଧ କରୁଛି ଯେ ଏହି ସରକାର ବଦଳାଇ କଂଗ୍ରେସକୁ ଗୋଟିଏ ଥରେ ସୁଯୋଗ ଦିଅନ୍ତୁ
