ଭାରତ ଯୋଡ଼ ଯାତ୍ରା : ରାହୁଲଙ୍କ ସହ ଯୋଗଦେଲେ ଭାରତ ଲେଗ୍ କ୍ରିକେଟ କ୍ୟାପଟେନ ଚନ୍ଦନ ରାୟ

ସତ୍ୟପାଠ ବ୍ୟୁରୋ, ଭୁବନେଶ୍ଵର ୨୯/୧୧: ପୂର୍ବତନ କଂଗ୍ରେସ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ‘ଭାରତ ଯୋଡା ଯାତ୍ରା’ ଆଜି 83 ତମ ଦିନରେ ପହଞ୍ଚିଛି।  ଅନ୍ୟପକ୍ଷରେ ମଧ୍ୟପ୍ରଦେଶରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାର ଏହା ହେଉଛି ସପ୍ତମ ଦିନ। ଆଜି ସଂବେର ଠାରୁ ଉଜ୍ଜୟନୀ ଅଭିମୁଖେ ଯାତ୍ରା ଆରମ୍ଭ ହୋଇଛି।

ଗତକାଲି ଇନ୍ଦୋର ରେ ଭାରତ ଲେଗ୍ କ୍ରିକେଟ ଟିମ୍ ର କ୍ୟାପଟେନ ଚନ୍ଦନ ରାୟ ରାହୁଲଙ୍କ ସହ ପଦଯାତ୍ରାରେ ସାମିଲ ହୋଇଥିଲେ। ପଦଯାତ୍ରାରେ ରାହୁଲ ଗାନ୍ଧୀ ଚନ୍ଦନ ରାୟଙ୍କ ସହ ଅନେକ ବାଟ ଚାଲୁଥିବାରୁ ଦେଖାଯାଇଥିଲା। ପଦଯାତ୍ରା ସମୟରେ ରାହୁଲ ମଧ୍ୟ ଚନ୍ଦନଙ୍କ ସହ କେତେକ ପ୍ରସଙ୍ଗରେ ଆଲୋଚନା କରୁଥିବାର ଭିଡ଼ିଓରେ ଦେଖିବାକୁ ମିଳିଛି। ଚନ୍ଦନ ରାୟ ଜଣେ ଉଦ୍ଦୀୟମାନ ଯୁବ କ୍ରୀଡାବିତ, ସେ ଗତ କିଛି ବର୍ଷ ହେଲା ଭାରତୀୟ ଲେଗ କ୍ରିକେଟର ଅଧିନାୟକ ଭାବରେ ପ୍ରତିନିଧିତ୍ଵ କରୁଛନ୍ତି। ଚନ୍ଦନ ରାୟ ଓଡ଼ିଶାର ବରଗଡ଼ ଜିଲ୍ଲାର ବାସିନ୍ଦା।

ଭାରତ ଯୋଡ ଯାତ୍ରାରେ ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶରେ ପ୍ରାୟ 13 ଦିନ ପଦଯାତ୍ରା କରିବେ।

ସମୟରେ ସେ ପ୍ରାୟ 400 କିଲୋମିଟର ଦୂରତା ଅତିକ୍ରମ କରିବା ପରେ ରାଜସ୍ଥାନରେ ପ୍ରବେଶ କରିବେ।  137 ଜଣ ଯାତ୍ରୀ ରାହୁଲଙ୍କ ସହ ବୁଲୁଛନ୍ତି।  ବର୍ତ୍ତମାନ ଏହି ଯାତ୍ରା ମଧ୍ୟପ୍ରଦେଶର ଉଜ୍ଜୟିନୀ ଠାରେ ଅଛି ଯେଉଁଠାରୁ ଶ୍ରୀନଗର ପର୍ଯ୍ୟନ୍ତ ଦୂରତା ପ୍ରାୟ 1350 କିଲୋମିଟର ଅଟେ |

Related Posts