
ରାୟପୁର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ଘନିଷ୍ଠ ଅଧିକାରୀଙ୍କ ଘରେ ଇଡିର ଚଢ଼ାଉ କରିଛି ।
ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୭ଟାରୁ ଇଡି ବିଭିନ୍ନ ସରକାରୀ ଅଧିକାରୀଙ୍କ ଘରେ ଚଢ଼ାଉ ଜାରି ରହିଛି | ୧୨ରୁ ଅଧିକ ସ୍ଥାନରେ ଇଡି ଦଳ ଚଢ଼ାଉ କରିଛି।
ଏହି ଅଧିକାରୀଙ୍କ ମଧ୍ୟରେ କିଛି ଆଇଏଏସ ଅଧିକାରୀ ଥିବାବେଳେ ଆଉ କିଛି ବ୍ୟବସାୟୀ ଅଛନ୍ତି। ମଙ୍ଗଳବାର ସକାଳେ ଛତିଶଗଡରେ ଇଡି ପକ୍ଷରୁ ରାୟଗଡ ଜିଲ୍ଲାପାଳ ରାନୁ ସାହୁ, ଖଣି ବିଭାଗର ନିର୍ଦ୍ଦେଶକ, ଆଇଏଏସ୍ ଅଧିକାରୀ ଜେପି ମୋୖର୍ଯ୍ୟ, ମାର୍କଫେଡର ଏମଡି ଆଇଏଏସ୍ ଅଧିକାରୀ ସମୀର ବିଷ୍ଣୋଇ, ଆଇଏଏସ୍ ଅଧିକାରୀ ସୂର୍ଯ୍ୟକାନ୍ତ ତିୱାରୀଙ୍କ ଘରେ ଚଢ଼ାଉ କରାଯାଉଛି। ସୂଚନାନୁସାରେ, କିଛି ଦିନ ପୂର୍ବରୁ ବେଆଇନ ଖଣି ଖନନ ସମ୍ପର୍କରେ ଇଡି ସର୍ଚ୍ଚ ଅପରେସନ କରିଥିଲା।
ଆଉ ଏଥିରୁ ମିଳିଥିବା ପ୍ରମାଣ ଆଧାରରେ ମଙ୍ଗଳବାର ଦିନ ଇଡି ଅନେକ ବ୍ୟବସାୟୀ ଏବଂ ଅଧିକାରୀଙ୍କ ଉପରେ ଚଢ଼ାଉ କରିଛି। ଏହାପୂର୍ବରୁ ଅଗଷ୍ଟ ୩ରେ ଆୟକର ବିଭାଗ ରାୟପୁର, କୋରବା ଏବଂ ରାୟଗଡରେ ଇସ୍ପାତ ଏବଂ ବିଦ୍ୟୁତ୍ ଉତ୍ପାଦନ ସହ ଜଡିତ ବ୍ୟବସାୟୀଙ୍କ ଘର ଉପରେ ଚଢ଼ାଉ କରିଥିଲା। ସେହିପରି ଏହାର ଦୁଇ ଦିନ ପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଏକାସାଙ୍ଗରେ ରାୟପୁର, ଦୁର୍ଗ-ଭିଲାଇ ଏବଂ ରାଜନନ୍ଦଗାଓଁର କିଛି ଲୁଗା ଏବଂ ଅଳଙ୍କାର ବ୍ୟବସାୟୀଙ୍କ ଘର ଉପରେ ଚଢ଼ାଉ କରିଥିଲା