ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଦେଶକୁ ମିଳିଛି ନୂଆ ରାଷ୍ଟ୍ରପତି । ନବନିର୍ବାଚିତ ରାଷ୍ଟ୍ରପତି ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ତାଙ୍କ ବିଜୟ ସମଗ୍ର ଓଡ଼ିଶା ବାସୀଙ୍କ ପାଇଁ ଗର୍ବ ଆଣିଦେଇଛି । ତେବେ ନବନିର୍ବାଚିତ ରାଷ୍ଟ୍ରପତିଙ୍କ ସହ କଥା ହେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫୋନରେ ଉଭୟ କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ସଫଳତା ପାଇଁ ରାଜ୍ୟବାସୀ ଗର୍ବିତ ବୋଲି ସେ କହିଛନ୍ତି।

ଏହାଛଡ଼ା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ବୋଲି ଜଣାଯାଇଛି। ସେ ଆସନ୍ତା ୨୩ରୁ ୨୬ ତାରିଖ ଯାଏଁ ଦିଲ୍ଲୀ ଗସ୍ତରେ ଯିବେ। ଚଳିତ ମାସ ୨୫ ତାରିଖରେ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ ।

Related Posts