ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚାଇନା ମୋବାଇଲ ନିର୍ମାତା ଭିଭୋର ୪୪ ଟି କାର୍ୟ୍ୟାଳୟ ଉପରେ ଇଡିର ଚଢାଉ । ତେବେ ଉତ୍ତର ପ୍ରଦେଶ, ବିହାର, ମଧ୍ୟ ପ୍ରଦେଶ ସମେତ ଦକ୍ଷୀଣ ଭାରତରେ ଥିବା କମ୍ପାନୀର ମୋଟ ୪୪ ଟି କାର୍ୟ୍ୟାଳୟ ଉପରେ ଇଡି ଚଢାଉ କରିଛି । ଏନେଇ ଇଡି ପକ୍ଷରୁ ଭିଭୋ ଓ ତାର ସହଯୋଗୀ କମ୍ପାନୀ ମାନଙ୍କ ଉପରେ ମନି ଲଣ୍ଡ୍ରିଂ ମାମଲା ରୁଜୁ କରିଛି । ଏହି ମାମଲାର ଯାଂଚ ଏବେ ସିବିଆଇ ମଧ୍ୟ କରୁଛି । ସେପଟେ ୨୦୨୧ ଡିସେମ୍ବର ମାସରେ ଆୟକର ବିଭାଗ ପକ୍ଷରୁ ଭିଭୋ ଓ ଅନ୍ୟ କିଛି ଚୀନ କମ୍ପାନୀ ଉପରେ ଚଢାଉ କରିଥିଲା । ଆୟକର ବିଭାଗ ଅଭିଯୋଗ ଆଣିଥିଲା କି କମ୍ପାନୀ ପକ୍ଷରୁ ୫୦୦ କୋଟିରୁ ଅଧିକ ଟଙ୍କାର ଆୟ ଉପରେ ମିଥ୍ୟା ଘୋଷଣା କରିଥିଲା ।

ରୟାଲି ନାମରେ ଅର୍ଥ ହେରଫେର ହୋଇଛି ବୋଲି ଆୟକର ବିଭାଗ ଅଭିଯୋଗ ମଧ୍ୟ ଆଣିଛି । ଅନ୍ୟପଟେ ଇଡି ପକ୍ଷରୁ ଫେମା ମାମଲାରେ ଜାଇମୋର ପୂର୍ବତନ ଭାରତୀୟ ପ୍ରମୁଖ ମନୁ ଜୈନଙ୍କୁ ପଚରା ଉଚରା କରିଥିଲା । ସେତେବେଳେ ୫୦୦ କୋଟି ଟଙ୍କାର ଏକ ବ୍ୟାଙ୍କ ଆକାଉଣ୍ଟ ଆଟାଚ କରାଯାଇଥିଲା । ଏନେଇ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ଏହା ଉପରେ ରହିତାଦେଶ ଜାରି କରିଥିଲେ । ଜାଇମୋ ତରଫରୁ ଦାବି କରାଯାଇଥିଲା କି କମ୍ପାନୀର ଶୀର୍ଷ ଅଧିକାରୀଙ୍କୁ ଇଡି ବାଧ୍ୟକରି ଏଭଳି କରାଇଛି । ହେଲେ ଯାଂଚ ଏଜେନ୍ସି ଏଭଳି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିଲା ।ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।