ନଳିତା ବିଡାକୁ ନେଇ ଗୋଟିଏ ପରିବାରର ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ: ୯ ଜଣ ଆହତ

ଚଣ୍ଡୀଖୋଲ : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ଢିହ ନରସିଂପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ନଳିତା ବିଡାକୁ ନେଇ ଗୋଟିଏ ପରିବାରର ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ପରେ ଏହି ଗଣ୍ଡଗୋଳ ଉଗ୍ର ରୂପ ଧାରଣ କରିବା ସହ ଏହି ଘଟଣାରେ ୯ ଜଣ ଆହତ ହୋଇଛନ୍ତି ।

ଗାଁର ଗୋଟିଏ ପରିବାରର ବିନୋଦ ଦଳାଇଙ୍କ ପରିବାର ଓ ଲକ୍ଷ୍ମୀ ଦଳାଇଙ୍କ ପରିବାର ମଧ୍ୟରେ ନଳିତା ବିଡା ନେବାକୁ ନେଇ ତିକ୍ତତା ହୋଇଥିଲା ।

ନଳିତା ବିଡାକୁ ନେଇ ଉଭୟ ପରିବାର ମଧ୍ୟରେ ତିକ୍ତତା ଏତେ ବଢ଼ି ଯାଇଥିଲା ଯେ ଉଭୟ ପରିବାର ପକ୍ଷରୁ ମରଣାସ୍ତ୍ରରେ ଆକ୍ରମଣ କରାଯାଇଥିଲା । ଯାହା ଫଳରେ ଉଭୟ ପରିବାରର ୬ ଜଣରୁ ଉର୍ଦ୍ଧ୍ୱ ଆହତ ହୋଇ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା କିଛି ଆହତଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଉଭୟ ପରିବାର ପକ୍ଷରୁ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରାଯାଇ ଥିବା ବେଳେ ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ ପହଂଚି ଘଟଣାର ଅଧିକ ତଦନ୍ତ ଚଳାଇଛି ।

Related Posts