କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ । ଦୁଇଟି ବଗିରେ ଲାଗିଛି ନିଆଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଚଳାଇଥିବା ଜଣାପଡ଼ିଛି । ସୋର ରେଳ ଷ୍ଟେସନ ୧ ନଂ ପ୍ଲଟଫର୍ମରେ ଟ୍ରେନ୍ ଠିଆ ହୋଇରହିଛି ଏହି ଟ୍ରେନ୍ ।

ଟ୍ରେନଟି ପାରାଦୀପରୁ ହଳଦିଆ ଅଭିମୁଖେ ଯାଉଥିବା ବେଳେ ଟ୍ରେନ ପଛରୁ ଦୁଇ ଓ ତିନି ନମ୍ବର ବଗିରେ ନିଆଁ ଲାଗିଥିବା ଟ୍ରେନ୍ ପଛରେ ଗାର୍ଡ ଦେଖିବାକୁ ପାଇଥିଲେ । ସୋର ରେଲୱେ ଷ୍ଟେସନ୍ ମାଷ୍ଟରଙ୍କୁ ଜଣାଇବା ପରେ ଷ୍ଟେସନ୍ ମାଷ୍ଟର ସୋର ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀର ୨ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି ।

Related Posts