କୋଷ୍ଟଗାର୍ଡ ଓ ପ୍ରତିରକ୍ଷା ଉଦ୍ୟୋଗରେ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ ରହିବ: ପ୍ରତିରକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସାରା ଦେଶରେ କେନ୍ଦ୍ରସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଛି । ଏହା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କେତେକ ନୂଆ ଘୋଷଣା କରାଯାଇଛି । ତେବେ ଅଗ୍ନିବୀରମାନଙ୍କ ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟର ବିଭିନ୍ନ ବିଭାଗରେ ସଂରକ୍ଷଣ ଘୋଷଣା କରାଯାଇଛି । ନିଯୁକ୍ତି ଆଶାୟୀ ଯୁବକଯୁବତୀମାନଙ୍କ ଅସନ୍ତୋଷକୁ ପ୍ରଶମିତ କରିବାକୁ ସରକାର ଏହି ପଦକ୍ଷେପ ନେଇଥିବା କୁହାଯାଉଛି ।କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଘୋଷଣା ମୁତାବକ କୋଷ୍ଟ ଗାର୍ଡ ଓ ଡିଫେନ୍ସ ସିଲିଲିଆନ ପଦବୀଗୁଡିକରେ ଅଗ୍ନିବୀରମାନଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ରହିବ ।

କେବଳ ଏତିକି ନୁହେଁ, ପ୍ରତିରକ୍ଷା ମନ୍ତ୍ରାଳୟରେ ଥିବା ସମସ୍ତ ୧୬ଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ବି ସେମାନଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ରହିବ । ଏସବୁ ବିଭାଗଗୁଡ଼ିକରେ ବର୍ତ୍ତମାନ ଥିବା ସଂରକ୍ଷଣ ସହ ଅତିରିକ୍ତ ଭାବେ ଏସବୁ ସଂରକ୍ଷଣ ଲାଗୁ ହେବ । ଏହା ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଅଗ୍ନିବୀରମାନଙ୍କ ପାଇଁ ସଂରକ୍ଷଣ ଘୋଷଣା କରାଯାଇଥିଲା । କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଆରପିଏଫ, ସିଆଇଏସଏଫ ଇତ୍ୟାଦି) ଏବଂ ଆସାମ ରାଇଫଲ୍ସରେ ଅଗ୍ନିବୀରମାନଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ରଖିବାକୁ ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ ।

Related Posts