
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବଢ଼ିପାରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛୁଟି ଅବଧି । ରାଜ୍ୟରେ ଗ୍ରୀଷ୍ମଲହରୀ ଜାରି ରହିଛି । ଟାଣ ଖରାରେ ସାଧାରଣ ଲୋକ ଅସ୍ତବ୍ୟସ୍ତ ହେବାରେ ଲାଗିଛନ୍ତି । ଏହା ମଧ୍ୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ବଡ଼ ବୟାନ ଦେଇଛନ୍ତି । ତେବେ ସାରା ରାଜ୍ୟରେ ଏବେ ଗ୍ରୀଷ୍ମଲହରୀ ଜାରି ରହିଛି ।
ଆଗକୁ କିଛି ମଧ୍ୟ ଏପରି ସ୍ଥିତି ରହିବ । ତେଣୁ ବର୍ତ୍ତମାନର ଖରା ସ୍ଥିତିକୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି । ପୂର୍ବରୁ ରାଜ୍ୟରେ ପ୍ରବଳ ଗ୍ରାଷ୍ମ ପ୍ରବାହ କାରଣରୁ ମେ ୨ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିଲେ ଉଚ୍ଚଶିକ୍ଷା ବିଭାଗ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।