କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥା: ଆଶା ଛାଡ଼ିସାରିଲେଣି ଡାକ୍ତର

ନୂଆଦିଲ୍ଲୀ: ଷ୍ଟାଣ୍ଡଅପ୍ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି । ହୃଦଘାତରେ ଶିକାର ହୋଇ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଏମ୍ସରେ ଡାକ୍ତରମାନେ ଆଶା ହରାଇ ସାରିଥିବା ବେଳେ ରାଜୁଙ୍କ ପରିବାର କିନ୍ତୁ ଆଶା ଛାଡ଼ି ନାହାନ୍ତି। ରାଜୁ ହିରୋ ସେ ପୁଣିଥରେ ସୁସ୍ଥ ହୋଇଯିବେ ବୋଲି ପରିବାର ଲୋକେ କହୁଛନ୍ତି।

ଗତକାଲି ହଠାତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ତାଙ୍କ ବ୍ରେନ୍‌ରେ ଫୁଲା ଥିବା ଡାକ୍ତର ଜାଣିବାକୁ ପାଇଥିଲେ। ଦୀର୍ଘ ୮ ଦିନ ହେବ ରାଜୁଙ୍କ ବ୍ରେନ୍ ଡେମେଜ୍ ହୋଇଯାଇଛି। ଏଥିରେ କୌଣସି ସୁଧାର ଆସୁ ନାହିଁ। ସେ ଏବେ ବି ବେହୋସ ଅଛନ୍ତି। ଡାକ୍ତରମାନେ ଆଶା ଛାଡ଼ି ସାରିଲେଣି।

ଅଗଷ୍ଟ ୧୦ ତାରିଖରେ ଜିମ କଲାବେଳେ ରାଜୁ ଶ୍ରୀବାସ୍ତବ ହୃଦଘାତରେ ଶିକାର ହୋଇଥିଲେ। ଏହାପରେ ତୁରନ୍ତ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ହୃଦଘାତରେ ପରେ ପରେ ତାଙ୍କର ବ୍ରେନ୍‌ ଡେମେଜ୍ ହୋଇଯାଇଥିବା ଡାକ୍ତର କହିଥିଲେ। ଏହାପର ଠାରୁ ସେ ଭେଣ୍ଟିଲେଟ୍‌ରେ ଦୀର୍ଘ ୮ ଦିନ ହେଲାଣି ରହିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେଉଥିବା ବେଳେ ଏଫର୍ଯ୍ୟନ୍ତ ଚେତା ଆସି ନାହିଁ

Related Posts