
ନୂଆଦିଲ୍ଲୀ : ବକ୍ସ ଅଫିସରେ ଧମାଲ କରିଥିଲା ଏସ ଏସ ରାଜାମୌଲୀଙ୍କ ମେଗା ବଜେଟ୍ ଫିଲ୍ମ ଆରଆରଆର । ୨୦୨୨ରେ ରିଲିଜ୍ ହୋଇଥିବା ଏହି ଫିଲ୍ମ, ବକ୍ସ ଅଫିସ୍ରେ ଭଲ ପ୍ରଦର୍ଶନ କରିବା ସହ ରେକର୍ଡ ଆୟ ମଧ୍ୟ କରିଥିଲା।
ତେବେ ଫିଲ୍କକୁ ରିଲିଜ୍ ହେବାର ୧୦ ମାସ ପରେ ବି ଜୁନିୟର ଏନଟିଆର ଏବଂ ରାମ ଚରଣଙ୍କ ଏହି ଫିଲ୍ମ ଆଜି ବି ଚର୍ଚ୍ଚିତ ଫିଲ୍ମ ମଧ୍ୟରୁ ଗୋଟିଏ। ଏବେ ଏହି ଫିଲ୍ମର ସିକ୍ବେଲକୁ ନେଇ ନିର୍ଦ୍ଦେଶକ ଏସ ଏସ ରାଜାମୌଲୀ ବଡ଼ ଘୋଷଣା କରଛନ୍ତି। ରାଜାମୌଲୀ କହିଛନ୍ତି ଯେ ସେ ଏବେ ଆରଆରଆରର ଦ୍ବିତୀୟ ଭାଗ ଉପରେ କାମ କରୁଛନ୍ତି। ଏହାର କାହାଣୀ ଉପରେ ରିସର୍ଚ୍ଚ କରାଯାଉଛି। ରାଜାମୌଲୀଙ୍କ ଅନ୍ୟ ଫିଲ୍ମ ଭଳି ଏହି ଫିଲ୍ମର କାହାଣୀ ମଧ୍ୟ ତାଙ୍କ ପିତା କେ ଭି ବିଜେନ୍ଦ୍ର ପ୍ରସାଦ ଲେଖିବେ। ଜାପାନରେ ଆରଆରଆରର ପ୍ରମୋସନ ସମୟରେ ଏହାର ସିକ୍ବେଲ ବିଷୟରେ ସୂଚନା ଦେଇଛନ୍ତି ରାଜାମୌଲୀ।
ସୂଚନାଥାଉ ଯେ, ଆରଆରଆରର ରିଲିଜ ହେବା ପରେ ଫ୍ରାନ୍ସ ଏହି ଫିଲ୍ମର ସିକ୍ବେଲ ପାଇଁ ଦାବି କରିଥିଲେ। ଅବଶ୍ୟ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲା। ଫ୍ୟାନ୍ସଙ୍କୁ ଫିଲ୍ମର କାହାଣୀ ଏବଂ ଆକ୍ସନ ସହ ରାମ ଚରଣ ଏବଂ ଜୁନିଅର ଏନଟିଆରଙ୍କ ବନ୍ଧୁତ୍ବର କାହାଣୀ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା।
ଉଲ୍ଲେଖଯୋଗ୍ୟ, ଆରଆରଆର ଫିଲ୍ମକୁ ୨୦୨୦ ରେ ରିଲିଜ୍ କରାଯିବାର ଥିଲା। କିନ୍ତୁ କରୋନା କାରଣରୁ ଏହି ଫିଲ୍କର ରିଲିଜ୍କୁ ବାରମ୍ବାର ବିଳମ୍ବ କରାଯାଇଥିଲା ଏବଂ ଶେଷରେ ୨୦୨୨ ରେ ଏହାକୁ ରିଲିଜ୍ କରାଯାଇଥିଲା