କନ୍ଧମାଳରେ ଅଭାବନୀୟ ଘଟଣା: ଯୌତୁକ ପାଇଁ ଶାଶୁ କାଟିଦେଲା ବୋହୁର ଆଙ୍ଗୁଠି

ଫୁଲବାଣୀ: ଯୌତୁକ ନିର୍ଯ୍ୟାତନା। ଯୌତୁକ ଲୋଭର ବସବତି ହୋଇ ଶାଶୁ ବୋହୁର ଆଙ୍ଗୁଠିକୁ ଧାରୁଆ ଅସ୍ତ୍ରରେ କାଟି ଶରୀରରୁ କରିଦେଲା ଅଲଗା କରି ଦେଇଛି । ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବିଲାବାଡ଼ି ଗ୍ରାମ ପଞ୍ଚାୟତର ଡଙ୍ଗା ଗ୍ରାମରେ ।

ପୀଡିତା ଝୁଲଣା ବେହେରା ଆଜିକୁ ଦଶ ବର୍ଷ ପୂର୍ବେ ଭଲ ପାଇ କୃତିବାସ ବେହେରା ଙ୍କୁ ବିବାହ କରିଥିଲେ l ଯୌତୁକ ଦାବୀ କରି ବାରମ୍ବାର ସ୍ଵାମୀ ଓ ଶାଶୁ ମିଶି ଝୁଲଣାକୁ ନିର୍ଯ୍ୟାତନା ଦେଇ ଆସୁଥିଲେ l ପରିଶେଷରେ ଆଜି ସ୍ବାମୀ ଓ ଶାଶୁ ରେବତୀ ବେହେରା ଜୀବନରେ ମାରିବା ପାଇଁ ଚେଷ୍ଟା କରୁଥିବା ବେଳେ ଆଜି ଝୁଲଣାର ବାମ ହାତର ବିଶି ଆଙ୍ଗୁଠିକୁ ଏକ ଧାରୁଆ ଅସ୍ତ୍ରରେ କାଟି ଦେଇଛନ୍ତି l ଗୁରୁତର ଅବସ୍ଥାରେ ଝୁଲଣା କୁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟ କୁ ଆଣି ଚିକିତ୍ସା କରାଯାଉଛି l ସ୍ଵାମୀ କୃତିବାସ ଓ ଶାଶୁକୁ କୋଠର ଦଣ୍ଡ ଦିଆଯାଉ ବୋଲି କହିଛନ୍ତି ପୀଡିତା ଝୁଲଣl l ସଦର ପୋଲିସ ଘଟଣାର ତଦନ୍ତ କରୁଛି

Related Posts