କଂଗ୍ରେସ ଘୋଷଣା କଲା ୮ ଲୋକସଭା ପ୍ରାର୍ଥୀ; କୋରାପୁଟରୁ ସପ୍ତଗିରି, ବଲାଙ୍ଗୀରରୁ ମନୋଜ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଓଡ଼ିଶା ପାଇଁ ଲୋକସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ୮ ଲୋକସଭା ଆସନ ଓ ୪୯ ବିଧାନସଭା ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ବରଗଡ଼ ଲୋକସଭା ଆସନରୁ ସଞ୍ଜୟ ଭୋଇଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ସେହିପରି ସୁନ୍ଦରଗଡ଼ରୁ ଜନାର୍ଦ୍ଦନ ଦେହୁରୀ, ବଲାଙ୍ଗୀରରୁ ମନୋଜ ମିଶ୍ର, କଳାହାଣ୍ଡି ଦ୍ରୌପଦୀ ମାଝୀ, ନବରଙ୍ଗପୁରରୁ ଭୁଜବଳ ମାଝୀ, କନ୍ଧମାଳରୁ ଅମୀର ଚନ୍ଦ୍ର ନାୟକ, ବ୍ରହ୍ମପୁରରୁ ରଶ୍ମୀ ରଞ୍ଜନ ପଟ୍ଟନାୟକ ଓ କୋରାପୁଟ ଲୋକସଭା ଆସନରୁ ସପ୍ତଗିରି ଉଲ୍ଲାକାଙ୍କ ଉପରେ ଭରସା କରିଛି କଂଗ୍ରେସ।

ପୂର୍ବରୁ ବିଜେପି ଓ ବିଜେଡି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ତାଲିକାକୁ ସମସ୍ତଙ୍କ ଅପେକ୍ଷା ଥିଲା । ବିଜେପି ପ୍ରଥମ ପର୍ଯ୍ୟାୟରେ ୧୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବାକି ଥିବା ଆଉ ୩ ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିସାରିଛି। ସେହିପରି ବିଜେଡି ଦୁଇଟି ପର୍ଯ୍ୟାୟରେ ମୋଟ୍‌ ୧୫ ଲୋକସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିସାରିଛି । ଆଉ ଆଜି କଂଗ୍ରେସ ୮ ଆସନ ପାଇଁ ଯୋଦ୍ଧା ଘୋଷଣା କରିଛି।

Related Posts