ୟୁକ୍ରେନରେ ଏବେ ବି ଫସି ରହିଛନ୍ତି ଅନେକ ଭାରତୀୟ | ଯାହାଙ୍କ ସୁରକ୍ଷା ଏବେ ଭାରତ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ଭାବେ ଠିଆ ହୋଇଛି | ଭାରତ ଦିନ ରାତି ଏକ କରି କିପରି ନିଜର ଦେଶର ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର କରିବ ସେନେଇ ପ୍ରୟାସ ଜାରି ରଖିଛି | ଏଥିସହ ଭାରତୀୟଙ୍କ ପାଇଁ ଆଡ଼ଭାଇଜର ଜାରି ରଖିଛି | ସେପଟେ ଫସିରହିଥିବା ଲୋକଙ୍କ ଅବସ୍ଥା ଦିନକୁ ଦିନ ଅସମ୍ଭାଳ ହୋଇପଡୁଛି | ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି | ଯାହାକୁ ଦେଖି ବେଶ ଅନୁମାନ କରାଯାଇପାରେ କି ସେଠାରେ ଥିବା ଭାରତୀୟଙ୍କ ଅବସ୍ଥା ଏବେ କିପରି ଥିବ |

ବିଶେଷ କରି ୟୁକ୍ରେନରେ ଫସିରହିଥିବା ଭାରତୀୟ ମେଡିକାଲ ଛାତ୍ରଙ୍କ ସହ ମାରପିଟ ଓ ହିଂସାର ଖବର ସାମନାକୁ ଆସିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏ ସମ୍ପର୍କିତ ଏକ ଭିଡିଓ ଜାରି କରି ଚିନ୍ତା ପ୍ରକଟ କରିଛନ୍ତି । ଏହାସହ ସେମାନଙ୍କୁ ତୁରନ୍ତ ସେଠାରୁ ଉଦ୍ଧାର କରିବାକୁ ସରକାରଙ୍କୁ ଅପିଲ କରିଛନ୍ତି । ‘ୟୁକ୍ରେନରେ ଥିବା ଭାରତୀୟଙ୍କୁ ଆମେ ଛାଡିପାରିବୁ ନାହିଁ । ବିଶେଷ କରି ସେହି ଭାରତୀୟ ଛାତ୍ରମାନେ ଯେଉଁମାନେ ଅତି ହିଂସା ପରିସ୍ଥିତି ଦେଇ ଗତି କରୁଛନ୍ତି । ତେଣୁ ସରକାର ସେମାନଙ୍କୁ ସେଠାରୁ ସୁରକ୍ଷିତ ଫେରାଇ ଆଣିବାକୁ ଯଥାସାଧ୍ୟ ଚେଷ୍ଟା କରିବା ଉଚିତ’ ବୋଲି ରାହୁଲ କହିଛନ୍ତି ।

କହିରଖୁଁ କି, ୟୁକ୍ରେନରେ ଫସିରହିଥିବା ଭାରତୀୟ ଛାତ୍ରଛାତ୍ରୀ ସେଠାରୁ କୌଣସି ମତେ ପଳାଇଆସିବାକୁ ଚାହୁଁଛନ୍ତି । କିନ୍ତୁ ସେଠାରେ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । କିଛି ଭାରତୀୟ ଛାତ୍ରଛାତ୍ରୀ ୟୁକ୍ରେନ୍ ସୀମାରେ ଅଟକି ରହିଛନ୍ତି । ଭାରତ ସରକାର ସେମାନଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଥିଲେ ବି ବୋମା ବିସ୍ଫୋରଣ ଓ ଲାଗାତାର ଗୁଳିବର୍ଷଣ ଯୋଗୁଁ ଏହା ସମ୍ଭବ ହୋଇପାରୁନାହିଁ ।