‘କଂଗ୍ରେସ ଆସାମକୁ ଆତଙ୍କବାଦୀଙ୍କ ଭୂମିରେ ପରିଣତ କରିଥିଲା: ଅମିତ ଶାହା

ଗୌହାଟୀ: ଆସାମର ଗୌହାଟୀରେ ଉଦ୍ଘାଟିତ ହୋଇଛି ଭାରତୀୟ ଜନତା ପାର୍ଟି ରାଜ୍ୟ ମୁଖ୍ୟାଳୟ । ଏହି ଅବସରରେ ଯୋଗ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶ୍ରୀ ଶାହା ନିଜ ଅଭିଭାଷଣରେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ ଆଜି ମୁଁ ଗୃହମନ୍ତ୍ରୀ ଭାବରେ ଆସାମକୁ ଆସି ନାହିଁ, ମୁଁ ଆଜି ବିଜେପି କର୍ମୀ ଭାବରେ ଏଠାକୁ ଆସିଛି। ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ କଂଗ୍ରେସ ବିରୋଧରେ ଅଭିଯୋଗ ଆଣି କହିଛନ୍ତି ଯେ ଆସାମର ମହାନ ଭୂମିକୁ କଂଗ୍ରେସ ବିଭାଜନ କରିଛି, ଆତଙ୍କବାଦ ଓ ଆନ୍ଦୋଳନର ଗଡ କରାଇଥିଲା । ଏଠାକାର ଲୋକମାନେ ସର୍ବଦା ଚିନ୍ତିତ ଥିଲେ ଯେ ଯଦି ଆସାମର ବିକାଶ ନ ହୁଏ ତେବେ ଏହା ଉତ୍ତର ପୂର୍ବ ପାଇଁ ଏକ ବଡ ସମସ୍ୟା ହେବ। ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଗୌହାଟୀରେ ସାଧାରଣ ସଭାକୁ ସମ୍ବୋଧିତ କରିବାବେଳେ କଂଗ୍ରେସ ଉପରେ ଆକ୍ରମଣ କରିଥିଲେ।

ଅମିତ ଶାହା କହିଛନ୍ତି, ‘କଂଗ୍ରେସ ଆସାମକୁ ଆତଙ୍କବାଦୀଙ୍କ ଭୂମିରେ ପରିଣତ କରିଥିଲା । ସେ କହିଛନ୍ତି ଯେ ଥରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଏକ କାର୍ଯ୍ୟକ୍ରମ ଅବସରରେ ଆସାମ ଆସିଥିବାବେଳେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହିତେଶ୍ୱର ସାଇକିଆଙ୍କ ଦ୍ୱାରା ଆମକୁ ବହୁତ ମାଡ ମରାଯାଇଥିଲା।

ଅମିତ ଶାହା କହିଛନ୍ତି ଯେ ଆମେ କେବେ ଭାବି ନ ଥିଲୁ ଯେ ଲଗାତାର ଦୁଇ ଥର ଆସାମରେ ବିଜେପି ସରକାର ଗଠନ ହେବ। ୧୯୯୬ ରେ କଂଗ୍ରେସ ନେତା ହିତେଶ୍ୱର ସାଇକିଆଙ୍କର ଦେହାନ୍ତ ହୋଇଥିଲା, ସେ ଦୁଇଥର ଆସାମର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଅମିତ ଶାହା ଏହି ଅବସରରେ ମୁଖ୍ୟ ବିରୋଧୀ ଦଳକୁ ସିଧାସଳଖ ଟାର୍ଗେଟ କରିଥିଲେ। ଆସାମର ପବିତ୍ର ତଥା ଶାନ୍ତିପୂର୍ଣ୍ଣ ଦେଶକୁ ବିଭାଜନ କରିବାକୁ ସର୍ବଦା ଆଗ୍ରହୀ ଥିବା କଂଗ୍ରେସ ଆସାମର ମୁଖ୍ୟ ସମସ୍ୟା ବୋଲି ସେ କହିଛନ୍ତି। ମୁଁ ଆଜି ବହୁତ ଖୁସି ଯେ ୨୦୧୪ରୁ ୨୦୨୨ ର ସ୍ୱଳ୍ପ ସମୟ ମଧ୍ୟରେ ଆଜି ସମଗ୍ର ଉତ୍ତର ପୂର୍ବ ଏବଂ ଆମ ଆସାମ ବିକାଶ ପଥରେ ଚାଲିଛି |

Related Posts