ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ସାରା ଦେଶରେ ଚର୍ଚ୍ଚା । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର କରିଛନ୍ତି । ହଳଦିଆ ନିର୍ବାଚନୀ ସଭାରେ ମୋଦୀ ଅଭିଯୋଗ କରିଥିଲେ ଯେ ତୃଣମୂଳ କଂଗ୍ରେସ-ଟିଏମସି ସରକାର ରାଜ୍ୟରେ ଯୁବପିଢ଼ିଙ୍କ ସ୍ୱପ୍ନକୁ ଦଳିଚକଟି ଦେଇଛି । ଯୁବପିଢ଼ିଙ୍କୁ ଟିଏମସି ବାରମ୍ବାର ଠକିଥିବା ମୋଦୀ ଅଭିଯୋଗ କରିଛନ୍ତି । ଧର୍ମ ଆଧାରରେ ସଂରକ୍ଷଣ ପାଇଁ ଟିଏମସି ଉଦ୍ୟମ କରୁଛି । ତେବେ ବିଜେପି ଏଥର ପଶ୍ଚିମବଙ୍ଗରେ ସରକାର ଗଢ଼ିବ । ବିଜେପି ଲୋକଙ୍କ ବିଶ୍ୱାସ ହୋଇଥିବା ବିଭିନ୍ନ ଘଟଣାରୁ ସଂକେତ ମିଳୁଛି ବୋଲି ମୋଦୀ କହିଥିଲେ । ଆସନ୍ତା ଏପ୍ରିଲ ୨୩ ଓ ୨୯ ତାରିଖରେ ପଶ୍ଚିମବଙ୍ଗ ବିଧାନସଭା ପାଇଁ ନିର୍ବାଚନ ହେବ । ଦୁଇ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ପରେ ମେ ୪ ତାରିଖରେ କରାଯିବ ଭୋଟ୍ ଗଣତି ଓ ଫଳାଫଳ ଘୋଷଣା ।
