‘ସନ୍ଦିଗ୍ଧଙ୍କ ବିରୋଧରେ ହେବ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ’: ମହିଳା ପୋଲିସଙ୍କୁ ଆକ୍ରମଣ ଉଦ୍ୟମ ଘଟଣାରେ ଡିସିପିଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର,୪/୧(ସତ୍ୟପାଠ ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ମହିଳା ପୋଲିସଙ୍କୁ ଆକ୍ରମଣ ଉଦ୍ୟମ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଡିସିପି ପ୍ରତୀକ ସିଂ। ସେ କହିଛନ୍ତି ଯେ, ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଖୋଜା ଚାଲିଛି। ଖୁବ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। ସନ୍ଦିଗ୍ଧଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ। ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ ଚାଲିଛି।ମହିଳାଙ୍କ ସୁରକ୍ଷାକୁ ନେଇ ପୋଲିସ ସଚେତନ ଅଛି। ମହିଳା ଏସଆଇଙ୍କୁ ଖଣ୍ଡା ଧରି ଗୋଡ଼ାଇବା ଘଟଣାକୁ ଅତ୍ୟନ୍ତ ଗୁରୁତର ସହ ନେଇ ତଦନ୍ତ କରାଯାଉଥିବା କହିଛନ୍ତି ଡିସିପି।

ସୂଚନା ଅନୁସାରେ, ଗତ ୨ ତାରିଖ ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ମହିଳା ଥାନା ଏସ୍‌ଆଇ ଶୁଭଶ୍ରୀ ନାୟକ ଡ୍ୟୁଟି ସାରି ଫେରୁଥିବା ବେଳେ ସାଇନ୍ସ ପାର୍କ ନିକଟରେ କିଛି ଦୁର୍ବୃତ୍ତ ତାଙ୍କୁ ଖଣ୍ଡା ବୁଲାଇ ଗୋଡାଇଥିଲେ। ଏନେଇ ସେ ସହିଦନଦଗର ଥାନାରେ ଅଭିଯୋଗ କରିଥିଲେ। ମହିଳା ଏସ୍‌ଆଇ ଶୁଭଶ୍ରୀ ଡ୍ୟୁଟି ସାରି ନିଜ କାର୍‌ରେ କ୍ୱାର୍ଟରକୁ ଫେରୁଥିବା ବେଳେ ଅନ୍ୟ ଏକ କାରରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଏହା ସହିତ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ ଏବଂ ପୋଲିସ୍‌ ବୋଲି ଜାଣି ତାଙ୍କୁ ଡରାଇଥିଲେ ବୋଲି ସେ ସହିଦ ନଗର ଥାନାରେ ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି । ଦୁର୍ବୃତ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Related Posts