ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ିବାକୁ ଲାଗିଛି କୋରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ହାର ଏବେ ଦୃତ ଗତିରେ ବୃଦ୍ଧି ପାଉଛି । ଏପରିକି କିଛି ରାଜ୍ୟରେ ମଧ୍ୟ ସଂକ୍ରମଣ ଉପର ମୁହାଁ ରହିଛି । ତେବେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରାଜ୍ଯ ତଥା କେନ୍ଦ୍ର ପକ୍ଷରୁ ସଚେତନତା ଆରମ୍ଭ ହୋଇଯାଇଛି ।
ତେବେ ଏହାରି ମଧ୍ୟରେ ୯ଟି ରାଜ୍ୟର କୋରୋନା ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଏହି ଉଚ୍ଚସ୍ଥରୀୟ ବୈଠକରେ ନୀତି ଆୟୋଗ ସଦସ୍ୟ ଡ. ଭିକେ ପାଲ ଉପସ୍ଥିତ ଥିଲେ।
କେରଳ, ପଶ୍ଚିମବଙ୍ଗ, ତାମିଲନାଡୁ, ମହାରାଷ୍ଟ୍ର, ଆସାମ, ଆନ୍ଧ୍ରପ୍ରଦେଶ, ହିମାଚଳ ପ୍ରଦେଶ, ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶରେ ସମିକ୍ଷା କରିବା ସହ କମ କୋରୋନା ଟେଷ୍ଟିଂ ଏବଂ ଟୀକାକରଣ କରାଯାଉଥିବାରୁ ଏନେଇ ଉଦବେଗ ପ୍ରକାଶ କରିଚନ୍ତି । ଡ. ଭିକେ ପାଲ ଏହି ସବୁ ରାଜ୍ୟକୁ କହିଛନ୍ତି ଯେ, ‘ଆମକୁ ମନେ ରଖିବାକୁ ହେବ ଯେ କୋଭିଡ ଏପର୍ଯ୍ୟନ୍ତ ଯାଇନାହିଁ, ବିଶ୍ବସ୍ତରରେ କୋରୋନା ସଂକ୍ରମଣକୁ ଦେଖିଲେ ଆମକୁ ସଜାଗ ରହିବାକୁ ପଡିବ । କମ କୋରୋନା ଟେଷ୍ଟିଂ ଓ ଟୀକାକରଣ ଯୋଗୁଁ ସଂକ୍ରମଣ ବୃଦ୍ଧି ଘଟୁଛି । ତେଣୁ ସଂକ୍ରମଣ ବୃଦ୍ଧି ଘଟୁଥିବା ରାଜ୍ୟ ଗୁଡିକରେ କୋରୋନା ଟେଷ୍ଟିଂ ଓ ଟୀକାକରଣକୁ ଅଧିକ ତ୍ବରାନ୍ବିତ କରିବାକୁ ପରାମର୍ଶ ଦେଇଛନ୍ତି ।
ସେହିପରି କୋରୋନା ସଂକ୍ରମିତ ହୋଇ ଯେଉଁ ମାନେ ଆଇସୋଲେନରେ ରହିଛନ୍ତି ସେମାନଙ୍କ ଉପରେ କଡା ନଜର ରଖିବାକୁ କୁହାଯାଇଛି । ଏଥି ସହ ଆଣ୍ଟିଜେନ ଟେଷ୍ଟିଂକୁ ବୃଦ୍ଧି କରିବାକୁ କେନ୍ଦ୍ର ସମସ୍ତ ରାଜ୍ୟକୁ କେନ୍ଦ୍ର ପରାମର୍ଶ ଦେଇଛି ।
