ସାନିଆ ମିର୍ଜା ଓ ଶୋଏବ ମଲିକଙ୍କ ସଂପର୍କରେ ଫାଟ: ପାକିସ୍ତାନୀ ଗଣମାଧ୍ୟମରେ ଚର୍ଚ୍ଚା

ମୁମ୍ଵାଇ : ଟେନିସ୍‌ ତାରକା ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ଶୋଏବ ମଲ୍ଲିକ୍‌ଙ୍କ ସଂପର୍କରେ ସୃଷ୍ଟି ହୋଇଛି ଫାଟ । ଦୁହେଁ ଖୁବଶିଘ୍ର ଅଲଗା ହୋଇପାରନ୍ତି ନେଇ ପାକିସ୍ତାନୀ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି ଯେ ଉଭୟ ପରସ୍ପରଠାରୁ ଛାଡପତ୍ର ନେବାକୁ ଯାଉଛନ୍ତି।

ସାନିଆ ଏବଂ ଶୋଏବ ମଧ୍ୟରେ କିଛି ଠିକ୍‌ ଚାଲିନାହିଁ । କହିବାକୁ ଗଲେ ସାନିଆ ଏବଂ ଶୋଏବ ୨୦୧୦ ମସିହାରେ ବିବାହ କରିଥିଲେ ଏବଂ ଉଭୟେ ୨୦୧୮ ରେ ପିତାମାତା ହୋଇଥିଲେ।

ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଦୁହେଁ କ୍ରୀଡା ଜଗତର ତାରକା ଅଟନ୍ତି। ତେବେ ଇଣ୍ଟରନେଟରେ ଏହି ଖବର ଦ୍ରୁତ ଗତିରେ ବ୍ୟାପୁଛି। କେବଳ ଏତିକି ହିଁ ନୁହେଁ ସାନିଆ ବି ଖରାପ ସମୟର ପୋଷ୍ଟ ସେୟାର କରୁଛନ୍ତି।ହେଲେ ଏପର୍ଯ୍ୟନ୍ତ ଏସବୁ ବିଷୟରେ ଅଫିସିଆଲ ସୂଚନା ମିଳିନାହିଁ । ବଢୁଥିବା ଥିବା ଗୁଜବ ଉପରେ ସାନିଆ ଏବଂ ଶୋଏବ ମଧ୍ୟ ନିରବ ରହିଛନ୍ତି।

ସାନିଆ ମିର୍ଜା ଏବଂ ଶୋଏବ ମଲିକ ୨୦୧୦ରେ ଏକ ବିବାଦୀୟ ପରିବେଶରେ ବିବାହ କରିଥିଲେ । ଅନ୍ୟ ଜଣେ ମହିଳା ଶୋଏବଙ୍କୁ ତାଙ୍କୁ ପ୍ରଥମେ ବିବାହ କରିଥିବା ଅଭିଯୋଗ କରିଥିଲେ। ଅନ୍ୟପଟେ ମିର୍ଜା ଏବଂ ମଲିକ ନିଜ ପୁଅ ଇଜାନଙ୍କ ଜନ୍ମଦିନ ସେଲିବ୍ରେସନ କରିଥିଲେ। କିନ୍ତୁ ସାନିଆ ତାଙ୍କ ଇନଷ୍ଟାଗ୍ରାମରେ ପାର୍ଟିର ଚିତ୍ର ପୋଷ୍ଟ କରିନଥିଲେ। ଏହା ପ୍ରଶଂସକଙ୍କ ମନରେ ଆହୁରି ପ୍ରଶ୍ନ ବଢାଇଛି। ଏସବୁ କାରଣରୁ ଉଭୟଙ୍କ ଅଲଗା ହେବା ନେଇ କଳ୍ପନାଜଳ୍ପନା ଚାଲିଛି

Related Posts