ଅଲମ୍ପିକ୍ସ ଗେମ୍ସକୁ ଫେରିବ କ୍ରିକେଟ’ !

ଲାଉସେନ୍‌: ଅଲମ୍ପିକ୍ସ ଗେମ୍ସକୁ କ୍ରିକେଟ’ର ପ୍ରତ୍ୟାବର୍ତ୍ତନ କରିବ। ଏନେଇ ଆଶା ଓ ସମ୍ଭାବନା ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ଅଲମ୍ପିକ୍‌ କମିଟି USAର ଲସ ଆଞ୍ଜେଲସରେ ହେବାକୁ ଥିବା ୨୦୨୮ ସଂସ୍କରଣର ଅଲମ୍ପିକ୍ସ ଗେମ୍ସ ପାଇଁ କ୍ରିକେଟ ସହିତ ୯ଟି ଭିନ୍ନ ଖେଳ ସାମିଲ କରିବାକୁ ନିକଟରେ ସମୀକ୍ଷା କରିଛି ।

ଅଲମ୍ପିକ୍ସରେ କେବଳ ଗୋଟିଏ ଥର କ୍ରିକେଟ ଖେଳକୁ ସ୍ଥାନ ମିଳିଥିଲା । ୧୯୦୦ ପ୍ୟାରିସ ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଥିଲା । ସେତେବେଳେ କେବଳ ବ୍ରିଟେନ ଓ ଫ୍ରାନ୍ସ ଏଥିରେ ଅଂଶଗ୍ରହଣ କରିଥିଲେ ।

2028ଅନ୍ତର୍ଜାତୀୟ ଅଲମ୍ପିକ କମିଟିପ୍ରମୁଖ କ୍ରିକେଟ ୱେବସାଇଟ୍‌ ESPNcricinfoର ରିପୋର୍ଟ ଅନୁଯାୟୀ, ଅନ୍ତର୍ଜାତୀୟ କ୍ରିକେଟ କାଉନସିଲକୁ(ICC) ଲସ ଆଞ୍ଜେଲସ ଗେମ୍ସ ଅଲମ୍ପିକ୍ସ ଆୟୋଜକ କମିଟି ଓ ଅନ୍ତର୍ଜାତୀୟ ଅଲମ୍ପିକ କମିଟି(IOC) ନିଜର ପ୍ରସ୍ତୁତି ନେଇ ପକ୍ଷ ରଖିବାକୁ ନିମନ୍ତ୍ରଣ କରିଛି । ଏହାର ଦିନକ ପରେ ଅଲମ୍ପିକ୍ସରେ କ୍ରିକେଟ ସାମିଲ ହେବା ସମ୍ଭାବନା ବୃଦ୍ଧି ପାଇଥିବା ଜଣାପଡିଛି । ତେବେ ଏନେଇ ଏଯାବତ ଚୁଡାନ୍ତ ନିଷ୍ପତି ନିଆଯାଇନାହିଁ । ମାତ୍ର ୨୦୨୩ରେ ମୁମ୍ବାଇରେ ହେବାକୁ ଥିବା ଅନ୍ତର୍ଜାତୀୟ ଅଲମ୍ପିକ କମିଟିର(IOC) ଅଧିବେଶନ ପୂର୍ବରୁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ।କ୍ରିକେଟ ବ୍ୟତୀତ ବିଶ୍ବ କ୍ରୀଡାର ମହାକୁମ୍ଭ ସମ୍ମାନଜନକ ଅଲମ୍ପିକ୍ସ ପ୍ରତିଯୋଗିତା ସାମିଲ ପାଇଁ ସମୀକ୍ଷା କରାଯାଇଥିବା ଖେଳ ଗୁଡିକ ମଧ୍ୟରେ ବେସ୍‌ବଲ/ସପ୍ଟବଲ୍‌, ଫ୍ଲାଗ ଫୁଟବଲ୍‌, ଲାକ୍ରସ, ବ୍ରେକ ଡ୍ୟାନ୍ସିଂ, କରାଟେ, କିକ୍‌ବକ୍ସିଂ, ସ୍କ୍ବାସ ଓ ମୋଟରସ୍ପୋର୍ଟ ରହିଛି । IOC ପକ୍ଷରୁ ପୂର୍ବରୁ ଏହା କୁହାଯାଇଛି ଯେ, ୨୦୨୮ ସଂସ୍କରଣର ଅଲମ୍ପିକ୍ସରେ ମୋଟ ୨୮ଟି ସ୍ପୋର୍ଟ୍ସ ସାମିଲ ହେବ । ଏହାସହିତ ଯୁବପିଢିଙ୍କୁ ଫୋକସ ସହ ଭଲ ନୂଆଖେଳ ସାମିଲ ଉପରେ ମଧ୍ୟ ବିଚାର କରାଯିବ ।

ତେବେ ଆଇଓସି ଅନୁଯାୟୀ, ଏକ ସ୍ପୋର୍ଟ୍ସ ଅଲମ୍ପିକ୍ସରେ ଅନ୍ତର୍ଭୁକ୍ତ ହେବା ପାଇଁ ଏହା ନିଶ୍ଚିତ ଭାବରେ କିଛି ମାନଦଣ୍ଡ ପୂରଣ କରିବ । ଏହା ମଧ୍ୟରେ ଜଟିଳତା ଓ ଆୟକୁ କମ କରିବା, ସୁରକ୍ଷା ଓ ସ୍ବାସ୍ଥ୍ୟ ସହିତ ସର୍ବଶ୍ରେଷ୍ଠ ଖେଳାଳିଙ୍କ ଉପଲବ୍ଧତାରେ ଖେଳକୁ ପ୍ରଥମ ସ୍ଥାନରେ ରଖିବା, ବୈଶିକ ଅପିଲ୍‌, ଆୟୋଜକ ଦେଶର ହିତ, ଲୈଙ୍ଗିକ ସମାନତା, ଯୁବା ପ୍ରାସଙ୍ଗିକତା ଓ ଦୀର୍ଘକାଳୀନ ସ୍ଥିରତା ସାମିଲ ରହିଛି ।ବର୍ତ୍ତମାନ ରାଜ୍ୟଗୋଷ୍ଠ୍ରୀ କ୍ରୀଡାରେ କ୍ରିକେଟକୁ ସାମିଲ କରାଯାଇଛି । ତେବେ କେବଳ ମହିଳା କ୍ରିକେଟର୍ସ ଏଥିରେ ଅଂଶଗ୍ରହଣ କରିଛନ୍ତି । ମୋଟ ୮ଟି ଟିମ ମଧ୍ୟରେ ଟି୨୦ ଫର୍ମାଟରେ ପ୍ରତିଯୋଗିତା ଖେଳାଯାଉଛି । ମାତ୍ର ଅଲମ୍ପିକ୍ସରେ ସାମିଲ ହେବାକୁ ହେଲେ ଉଭୟ ମହିଳା ପୁରୁଷ ଖେଳାଳି ଅଂଶଗ୍ରହଣ କରୁଥିବା ଆବଶ୍ୟକ ।

ICC CEO ଜର୍ଫ ଆଲାର୍ଡିସ କହିଛନ୍ତି, “ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ କ୍ରିକେଟ ସ୍ବତନ୍ତ୍ର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବାରୁ ଖୁସି । ରାଜ୍ୟଗୋଷ୍ଠୀ କ୍ରୀଡାରେ ବହୁସଂଖ୍ୟକ ଦର୍ଶକଙ୍କ ସାମ୍ନାରେ ବିଶ୍ବର ଶ୍ରେଷ୍ଠ ଖେଳାଳି କ୍ରିକେଟକୁ ଉପଭୋଗ କରୁଛନ୍ତି । ଟିଭି ପରଦାରେ ମଧ୍ୟ ଅନେକ ଦେଖୁଥିବେ ବୋଲି ଆଶା ।”

Related Posts