ଗୋପାଳ ଦାସର ମାନସିକ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ପୁଣି ଆବେଦନ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୨୨/୨(ସତ୍ୟପାଠ ବ୍ୟୁରୋ): ନବ ଦାସ ହତ୍ୟାକାଣ୍ଡ ଅଭିଯୁକ୍ତ ଗୋପାଳ ଦାସକୁ ବାଙ୍ଗାଲୋରର ନିମହାନ୍‌ସ (ଦି ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଣ୍ଟାଲ୍ ହେଲଥ ଆଣ୍ଡ ନ୍ୟୁରୋ ସାଇନ୍ସ) ନେଇ ମାନସିକ ସମସ୍ୟା ସଂପର୍କରେ ପରୀକ୍ଷା କରିବାକୁ କ୍ରାଇମବ୍ରାଞ୍ଚ କରିଥିବା ଆବେଦନ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟ ଖାରଜ କରି ଦେବା ପରେ ଆଜି ପୁଣି ଥରେ ଝାରସୁଗୁଡ଼ା ଜିଲ୍ଲା ଅଦାଲତରେ ଏନେଇ ଆବେଦନ କରିଛି କ୍ରାଇମବ୍ରାଞ୍ଚ।

ତେବେ କ୍ରାଇମବ୍ରାଞ୍ଚର ଏହି ପୁନଃ ଆବେଦନକୁ ନେଇ ଅନେକ ପ୍ରଶ୍ନ ମୁଣ୍ଡ ଟେକିଛି। ଗୋଟିଏ ପଟେ ଗୋପାଳକୁ ମାନସିକ ରୋଗୀ ସାବ୍ୟସ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ ତରବର ହେଉଛି କି ବୋଲି ପ୍ରଶ୍ନ ଉଠୁଥିବା ବେଳେ ଅନ୍ୟପଟେ ଯଦି ଗୋପାଳ ମାନସିକ ରୋଗୀ, ତେବେ ତାର ସମ୍ମତିକୁ ଗ୍ରହଣ କରି ନାର୍କୋ ଓ ପଲିଗ୍ରାଫ୍ ଟେଷ୍ଟ କିପରି କରାଗଲା ତାହା ମଧ୍ୟ ଏକ ବଡ ପ୍ରଶ୍ନ ହୋଇ ଛିଡା ହୋଇଛି ।

Related Posts