କଟକ ବାଲିଯାତ୍ରା ପ୍ରସ୍ତୁତି: ବୁଲିଲା ସଚେତନତା ରଥ

କଟକ : କଟକ ବାଲିଯାତ୍ରା ପାଇଁ ଆରମ୍ଭ ହୋଇଯାଇଛି ପ୍ଲଟ ବିକ୍ରି କାମ । ଏହି ପ୍ରକ୍ରିୟାରେ ସହର ଓ ଜିଲ୍ଲାର ସବୁ ବ୍ୟବସାୟୀଙ୍କୁ ସୁଯୋଗ ଦେବାକୁ ଜିଲ୍ଲା ପ୍ରଶାସନ ଏକ ସଚେତନତା ରଥ ଆରମ୍ଭ କରିଛି।

ଚଳିତ ବର୍ଷ ବାଲିଯାତ୍ରାରେ ସ୍ଥାନୀୟ ଓ ରାଜ୍ୟର ଵିଭିନ୍ନ ହସ୍ତକଳା ବ୍ୟବସାୟ ଓ ବ୍ୟବସାୟୀମାନଙ୍କୁ ପ୍ରାଥମିକତା ଦେବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। କାରଣ କରୋନା କଟକଣା ଯୋଗୁଁ ଏଭଳି ବ୍ୟବସାୟୀମାନେ ବିଗତ ୨ ବର୍ଷ ଧରି ଅନେକ କଷ୍ଟ ସ୍ବୀକାର କରିଛନ୍ତି। ତେଣୁ ଚଳିତ ବାଲିଯାତ୍ରାରେ ସେମାନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦିଆଯିବ ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହଛନ୍ତି।

Related Posts