ପଞ୍ଚଭୂତରେ ଲୀନ ହେଲେ ମୁଲାୟମ ସିଂ ଯାଦବ, ଅନ୍ତିମ ସଂସ୍କାରରେ ସାମିଲ ହେଲେ ବହୁ ବରିଷ୍ଠ ନେତା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉତ୍ତରପ୍ରଦେଶର ସୈଫଇର ମେଳା ପଡ଼ିଆରେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଅନ୍ତିମ ସଂସ୍କାର ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହୋଇଛି। ପୁଅ ଅଖିଳେଶ ଯାଦବ ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ମୁଲାୟମଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ମୁଲାୟମଙ୍କ ଅନ୍ତିମ ସଂସ୍କାର ତାଙ୍କ ପ୍ରଥମ ସ୍ତ୍ରୀଙ୍କ ସମାଧି ସ୍ଥଳୀ ମାଳତି ମେମୋରିଆଲ ନିକଟରେ ସମ୍ପନ୍ନ ହୋଇଛି।

ତେବେ ମୁଲାୟମଙ୍କ ଅନ୍ତିମ ସଂସ୍କାରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ, ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ ଏବଂ ବ୍ରିଜେଶ ପଠକ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲ ନାଥ, ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ, ଶିଳ୍ପପତି ଅନିଲ ଅମ୍ବାନୀ ପ୍ରମୁଖ ଉପସ୍ଥିତ ଥିଲେ। ଆନ୍ଧ୍ରପ୍ରଦେଶର ପୂର୍ବତନ ସିଏମ ଚନ୍ଦ୍ରବାବୁ ନାଇଡୁ, ଭାଜପା ସାଂସଦ ରୀତା ବହୁଗୁଣା ଯୋଶୀ ଏବଂ ଯୋଗ ଗୁରୁ ବାବା ରାମଦେବ ମଧ୍ୟ ମୁଲାୟମଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଅର୍ପଣ କରି ଥିଲେ।

ଏମାନଙ୍କ ବ୍ୟତୀତ ଏନସିପି ମୁଖ୍ୟ ଶରଦ ପାୱାର, ଏନସିପି ସାଂସଦ ତଥା ଶରଦଙ୍କ ଝିଅ ସୁପ୍ରିୟା ସୁଲେ, ଭାଜପା ସାଂସଦ ବରୁଣ ଗାନ୍ଧୀ, ମାନେକା ଗାନ୍ଧୀ, ଆରଏଲଡି ସଭାପତି ଜୟନ୍ତ ଚୌଧୁରୀ, ସାହାରା ମୁଖ୍ୟ ସୁବ୍ରତ ରୟ ସାହାରା, ସ୍ବମୀ ପ୍ରସାଦ ମୌର୍ଯ୍ୟ ପ୍ରମୁଖ ମୁଲାୟମଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ।

Related Posts