ଆଠଗଡ଼ : ରାଜ୍ୟରେ ଅସୁରକ୍ଷିତ ହୋଇପଡିଛନ୍ତି ଦନ୍ତା । କଟକ ଜିଲ୍ଲା ନରସିଂହପୁର ଚତରାପଦା ସଂରକ୍ଷିତ ଜଙ୍ଗଲରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଦୃଶ୍ୟ । ଜଙ୍ଗଲରେ ବୁଲୁଛି ଅସୁସ୍ଥ ଦନ୍ତା । ହାତୀଟିକୁ ଗୁଳିମାରିଥିବା ସନ୍ଦେହ କରାଯାଉଛି । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଖୋଲତାଡ଼ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଗୁରୁବାର ଦନ୍ତା ହାତୀଟି ଅସୁସ୍ଥ ଅବସ୍ଥାରେ ଜଙ୍ଗଲରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ବନବିଭାଗକୁ ଖବର ଦିଆଯାଇଥିଲା । ତେବେ ହାତୀ ଦେହରେ ଶିକାରୀ ଗୁଳି ବାଜିଥିବା ସନ୍ଦେହ କରାଯାଉଛି । ଏପିରିକି ହାତୀର ଗୋଟିଏ ଦାନ୍ତ ନଥିବା ମଧ୍ୟ ଜଣାପଡିଛି ।

ଘଟଣାସ୍ଥଳରେ ବନବିଭାଗ ପହଞ୍ଚିଛି । କିଛି ସମୟ ପରେ ଟ୍ରାଙ୍କୁଲାଇଜ୍‌ ଟିମ୍‌ ପହଞ୍ଚି ହାତୀକୁ ଟ୍ରାଙ୍କୁଲାଇଜ୍‌ କଲା ପରେ ଚିକିତ୍ସା କରାଯିବ ବୋଲି ସୂଚନା ମିଳିଛି ।