ନକଲି ଜିନିଷର ହବ୍‌ ପାଲଟିଛି କଟକ; ନକଲି ଡିଟରଜେଣ୍ଟ୍ ଫ୍ୟାକ୍ଟ୍ରି ଜବତ

କଟକ: ନକଲି ଜିନିଷର ପେଣ୍ଠ ସ୍ଥଳୀ ପାଲଟିଛି କଟକ | ୫୨ ବଜାର ୫୩ ଗଳିର ଏହି ସହରରେ ବଢିବାରେ ଲାଗିଛି ଭେଜାଲ କାରବାର । ନକଲି ତେଲ, ଘିଅ, ମସଲା, ସସ୍‌ ଓ ଜର୍ଦ୍ଦା କରାଖାନା ଠାବ ହେବା ପରେ ନକଲି ଡିଟରଜେଣ୍ଟ୍ ଫ୍ୟାକ୍ଟ୍ରିଉପରେ ଚଢ଼ାଉ କରିଛି ପୁଲିସ ।

କଟକ ମାଲଗୋଦାମ ପୁଲିସ୍ ଟାଙ୍ଗି ଓ ମାହାଙ୍ଗ ଅଞ୍ଚଳରେ ଥିବା ନକଲି ଡିଟରଜେଣ୍ଟ ଫ୍ୟାକ୍ଟ୍ରି ଉପରେ ଚଢାଉ କରିଛି। ଜବତ ଡିଟରଜେଣ୍ଟର ପରିମାଣ ୧୫୪୦ କିଲୋଗ୍ରାମ ବୋଲି ସୂଚନା ରହିଛି । ଚଢ଼ାଉ ବେଳେ ବିପୁଳ ପରିମାଣର ଡିଟରଜେଣ୍ଟ ସାମଗ୍ରୀ ଓ ଦାମୀ କଂପାନୀର ଷ୍ଟିକର ଜବତ କରାଯାଇଛି। ଏହି ଘଟଣାରେ ପୁଲିସ ଜଣେ ବ୍ୟବସାୟୀଙ୍କୁ ଅଟକ ରଖିଛି। ତାଙ୍କ ନାଁ ଅଭିଜିତ ବେହେରା। ଏହାସହ ଡିଟରଜେଣ୍ଟ ତିଆରି ମେସିନ୍, ଡିଟରଜେଣ୍ଟ ତିଆରି ପାଇଁ ରଖାଯାଇଥିବା ୧୮୦୦ କେଜିର କଞ୍ଚାମାଲ୍ ବି ଜବତ ହୋଇଛି ।

ପୁଲିସ କହିଛି, ନକଲି ଡିଟରଜେଣ୍ଟ ପାଉଡର କାରଖାନା ଚାଲିଥିବା ନେଇ ଆମ ପାଖକୁ ଖବର ଆସିଥିଲା। ୧୭ ତାରିଖ ଦିନ ମାଲଗୋଦାମ ଥାନା ଅଞ୍ଚଳରୁ ଜଣେ ବ୍ୟକ୍ତିଠାରୁ ଆମେ କିଛି ରାପର ଜବତ କରିଥିଲୁ। ତାକୁ ପଚରାଉଚରା କରିବା ପରେ ଟାଙ୍ଗି ବ୍ରାହ୍ମଣପଡ଼ା ଗାଁରେ ଡିଟରଜେଣ୍ଟ ଫ୍ୟାକ୍ଟ୍ରିଉପରେ ଚଢ଼ାଉ କରିଥିଲୁ। ଅଭିଜିତ ବେହେରା ତାର ଦୁଇ ଜଣ ସହଯୋଗୀଙ୍କ ସହ ଏହି କାରାଖାନା ଚଲାଉଥିଲା। ସେମାନେ ବ୍ରାହ୍ମଣପଡ଼ାରେ ନକଲି ଡିଟରଜେଣ୍ଟ ତିଆରି କରି କଟକ ସଦର ଥାନା ଅନ୍ତର୍ଗତ ଖଣ୍ଡିୟତା ଗାଁ ଓ ମାହାଙ୍ଗା ଅଞ୍ଚଳର ଓମର ଗାଁରେ ସର୍ଫ ଏକ୍ସସେଲ୍ ରାପରରେ ପ୍ୟାକେଜିଂ କରି ସାଧାରଣଙ୍କୁ ଲୋକଙ୍କୁ ବିକ୍ରି କରୁଥିଲେ। ସେମାନେ ୧୦ ଟଙ୍କିଆ ପ୍ୟାକେଟ୍ କରି ଏହି ଡିଟରଜେଣ୍ଟକୁ ବିକ୍ରି କରୁଥିଲେ।
()

Related Posts