କଟକ ନରସିଂହପୁର ଥାନା ଚକ୍ରପ୍ରସାଦ ଗାଁରେ ଏକ ତରଫା ପ୍ରେମକୁ ନେଇ ପ୍ରେମିକାର ଘର ଆଗରେ ପ୍ରେମିକର ବୋମାମାଡ଼

ଆଠଗଡ଼ : କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଚକ୍ରପ୍ରସାଦ ଗ୍ରାମରେ ଫୁଟିଲା ବୋମା । ଏକ ତରଫା ପ୍ରେମକୁ ନେଇ ପ୍ରେମିକା ଘର ଆଗରେ ପ୍ରେମିକର ବୋମାମାଡ଼ କରିଛି । ବୋମାମାଡ଼ରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ବେଳେ ଘରର କିଛି ଅଂଶ ନଷ୍ଟ ହୋଇଛି । ନରସିଂହପୁର ପୋଲିସର ତଦନ୍ତ ଜାରି ।

ସୂଚନା ଅନୁଯାୟୀ ଚକ୍ରପ୍ରସାଦ ଗ୍ରାମ ମୁଣ୍ଡିଆ ସାହିର ପୁଅ ଦିପୁ ନାୟକ ସେହି ଗ୍ରାମର ଜଣେ ନାବାଳିକାଙ୍କୁ ଏକ ତରଫା ପ୍ରେମ କରୁଥିଲେ । ଝିଅକୁ ଅନେକ ସମୟରେ ରାସ୍ତାରେ ଯିବା ସମୟରେ ହଇରାଣ କରୁଥିବା ପରିବାର ପକ୍ଷରୁ କୁହାଯାଇଛି । ଝିଅ ଏବଂ ତାର ପରିବାର ଏହାକୁ ବାରଣ କରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ଦିପୁ ନାୟକ ଏକ ତରଫା ପ୍ରେମ କରୁଥିବା ନାବାଳିକାର ଘର ଉପରକୁ ବୋମାମାଡ଼ କରିଛି । ଘଟଣା ସ୍ଥଳରେ ନରସିଂହପୁର ପୋଲିସ ପହଞ୍ଚି ତଦନ୍ତ କରୁଛି।

Related Posts