ରେଡ ବୁଲ’ର ମାଲିକ ଡିଟ୍ରିଚ୍‌ ମାଟେଜିଟସ୍‌ଙ୍କ ପରଲୋକ

ନୁଆଦିଲ୍ଳୀ : ଆଖି ବୁଜିଲେ ଏନର୍ଜି ଡ୍ରିଙ୍କ କମ୍ପାନୀ ତଥା ‘ରେଡ ବୁଲ’ର ମାଲିକ ଡିଟ୍ରିଚ୍‌ ମାଟେଜିଟସ୍‌ । ‘ରେଡ ବୁଲ’ ଫର୍ମୁଲା ୱାନ ରେସିଂ ଟିମ୍‌ର ପ୍ରତିଷ୍ଠାତା ତଥା ଅଷ୍ଟ୍ରିଆର ବିଲିୟନେୟାର ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୭୮ ବର୍ଷ ହୋଇଥିଲା।

ଟେକ୍ସାସର ଅଷ୍ଟିନରେ ଥିବା ଆମେରିକା ଗ୍ରାଣ୍ଡ ପ୍ରିକ୍ସରେ ରେଡ ବୁଲ ରେସିଙ୍ଗ ଟିମ୍‌ର ଅଧିକାରୀମାନେ ଶନିବାର ମାଟେଜିଟସ୍‌ଙ୍କ ମୃତ୍ୟୁକୁ ନେଇ ନିଶ୍ଚିତ କରିଛନ୍ତି।

ତେବେ ସେ କେଉଁଠାରେ ମୃତ୍ୟୁ ବରଣ କରିଛନ୍ତି ଏବଂ ମୃତ୍ୟୁର କାରଣ କ’ଣ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। କିନ୍ତୁ, ମୋଟର ସ୍ପୋର୍ଟସ୍‌ ପରିଚାଳନା ସଂସ୍ଥା ଏଫଆଇଏର ସଭାପତି ମହମ୍ମଦ ବେନ ସୁଲାଏମ କହିଛନ୍ତି ଯେ ମୋଟର ସ୍ପୋର୍ଟରେ ମାଟେଜିଟସ୍‌ଙ୍କ ବହୁତ ଅବଦାନ ଦେଇଛନ୍ତି। ୨୦୨୨ ମସିହାରେ ଫୋର୍ବସ୍ ଦ୍ଵାରା ଅଷ୍ଟ୍ରିଆର ସବୁଠାରୁ ଧନୀ ବ୍ୟକ୍ତି ଭାବରେ ପରିଚିତ ହୋଇଥିଲା।

Related Posts