ONGC ବାର୍ଜ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬୦ ରେ ପହଞ୍ଚିଲା, ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲା ଶିବସେନା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର:  ମହାରାଷ୍ଟ୍ରରେ  ଘୂର୍ଣ୍ଣିବଳୟ ହେବା ଦ୍ବାରା ONKC ର P305 ବ୍ୟାରେଜ୍ ସଂପୂର୍ଣ୍ଣ ରୂପରେ ବୁଡିଯାଇଥିଲା। ଏହି ଘୂର୍ଣ୍ଣିବଳୟ ତିନୋଟି ବ୍ୟାରେଜ୍ ଏବଂ ଗୋଟିଏ ଡ୍ରିଲ୍ସିପ୍ ପ୍ରଭାବିତ ହୋଇଥିଲା । ତେବେ ଘୂର୍ଣ୍ଣିବଳୟ ହୋଇଥିବା ସ୍ଥାନ ମାନଙ୍କରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଘଟଣାରେ ମୋଟ ୬୦ ଜଣ ଙ୍କ ମୃତ ଦେହ ଏ ପର୍ଯ୍ୟନ୍ତ ଉଦ୍ଧାର କରାଯାଇଥିବାର ସୂଚନା ମିଳିଛି । ଅନ୍ୟପଟେ ଏହି ଘୂର୍ଣ୍ଣିବଳୟ କାରଣରୁ ୬୦ ଜଣ ଙ୍କ ମୃତ୍ୟୁ କଥା ସାମ୍ନାକୁ ଆସିବା ପରେ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଏହାକୁ ସହଜରେ ଗ୍ରହଣ କରି ନ ପାରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ  ବର୍ଷିଛନ୍ତି ।

ତେବେ ଏହି ଘୂର୍ଣ୍ଣିବଳୟରେ ମୋଟ ୬୦ ଜଣ ଙ୍କ ର ମୃତ୍ୟୁ ହୋଇଛି ତଥାପି  ONGC କିମ୍ବା ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ କୌଣସି ପ୍ରତିକ୍ରିୟା ଦେଖାଯାଉ ନାହିଁ ବୋଲି  ଶିବସେନା ସାଂସଦ ପ୍ରିୟଙ୍କା ଚତୁରବେଦୀ କହିଛନ୍ତି । ଏହା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ଦାବି କରିଛନ୍ତି । ଚଳିତ ମାସ  17 ତାରିଖରେ ଏହି ଛାତି ଥରା ଘଟଣାଟି ଘଟିଥିଲା । ଏହି ଘୂର୍ଣ୍ଣିବଳୟ ଫଳ ରେ ମୁମ୍ବାଇର ପଶ୍ଚିମ ଉପକୂଳରେ ବିଶେଷ ପ୍ରଭାବିତ ହୋଇଥିଲା ।

Related Posts