ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିଙ୍ଗାପୁର ଗସ୍ତ ପାଇଁ ମିଳିଲାନି ଅନୁମତି

ନୂଆଦିଲ୍ଲୀ :ସିଙ୍ଗାପୁର ଯାଇପାରିବେ ନାହିଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଗସ୍ତ ପାଇଁ ତାଙ୍କୁ ମିଳିଲାନି ଅନୁମତି । ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ନର(ଏଲ୍‌ଜି) ଭି.କେ ସକ୍ସେନା ଏହି ଗସ୍ତ ପାଇଁ ଅନୁମତି ଦେବାକୁ ମନା କରି ଦେଇଛନ୍ତି। ଫଳରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦିଲ୍ଲୀ ଗସ୍ତ6 ବାତିଲ ହୋଇଛି ।

ଅଗଷ୍ଟ ୧ରେ ଏକ ସମ୍ମିଳନୀରେ ଯୋଗଦେବା ପାଇଁ ଅରବିନ୍ଦ କେଜ୍ରିୱାଲ ସିଙ୍ଗାପୁର ଯିବାକୁ ଚାହୁଁଥିଲେ। ଆବଶ୍ୟକ ପ୍ରକ୍ରିୟା ଅନୁଯାୟୀ, ଦିଲ୍ଲୀ ସରକାର ଏଲଜିଙ୍କଠାରୁ ଏହାର ଅନୁମୋଦନ ଲୋଡିଥିଲେ। କିନ୍ତୁ ତାଙ୍କୁ ଯିବାକୁ ଅନୁମତି ମିଳିନାହିଁ।

ସିଙ୍ଗାପୁରରେ ହେବାକୁ ଥିବା ବିଶ୍ୱ ସହର ସମ୍ମିଳନୀରେ ଯୋଗ ନ ଦେବାକୁ କେଜ୍ରିୱାଲଙ୍କୁ ଏଲଜି ପରାମର୍ଶ ଦେଇଛି। କାରଣ ଏହା ମେୟରମାନଙ୍କର ଏକ ସମ୍ମିଳନୀ ଏବଂ ଏଥିରେ ଜଣେ ମୁଖ୍ୟମନ୍ତ୍ରୀ ଯୋଗଦେବା ଅନୁଚିତ୍‌।

ନିକଟରେ ସିଙ୍ଗାପୁର ଗସ୍ତ ପାଇଁ ଅନୁମତି ଦେବାରେ କେନ୍ଦ୍ରର ବିଳମ୍ବରେ ନେଇ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଥିଲେ। ସେ ଚିଠିରେ ଲେଖଥିଲେ, ସିଙ୍ଗାପୁରରେ ହେବାକୁ ଥିବା ବିଶ୍ୱ ସିଟି ସମ୍ମିଳନୀରେ ଯୋଗଦେବାକୁ ସେହି ଦେଶର ସରକାର ମୋତେ ନିମନ୍ତ୍ରଣ କରିଛନ୍ତି। ସେଠାରେ ସେ ବିଶ୍ୱ ନେତାଙ୍କ ନିକଟରେ ଦିଲ୍ଲୀ ମଡେଲ ଉପସ୍ଥାପନ କରିବେ ଏବଂ ଭାରତ ପାଇଁ ଗୌରବ ଆଣିବେ।

ମୁଁ ଅପରାଧୀ ନୁହେଁ, ମୁଁ ଜଣେ ମୁଖ୍ୟମନ୍ତ୍ରୀ ଏବଂ ଦେଶର ମୁକ୍ତ ନାଗରିକ। ମୋତେ ସିଙ୍ଗାପୁର ଯିବାକୁ ବାରଣ କରିବାର କୌଣସି ଆଇନଗତ ଆଧାର ନାହିଁ, ତେଣୁ ଏହା ପଛରେ ଏକ ରାଜନୈତିକ କାରଣ ଥିବା ପରି ମନେହେଉଛି।

ସୂଚନାଯୋଗ୍ୟ, ଗତ ଜୁନ ମାସରେ ସିଙ୍ଗାପୁରର ହାଇ କମିଶନର ସାଇମନ ୱଙ୍ଗ ଅରବିନ୍ଦ କେଜ୍ରିୱାଲଙ୍କୁ ଏହି ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣ କରିଥିଲେ। ଅଗଷ୍ଟ ପ୍ରଥମ ସପ୍ତାହରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

Related Posts