ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସା ଘଟଣା: ଆଉ ଜଣେ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରେ ଘଟିଥିବା ଜାହାଙ୍ଗୀରପୁରୀ ହିଂସା ଘଟଣାରେ ବଢ଼ିଲା ଗିରଫ ସଂଖ୍ୟା । ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ ଏହି ହିଂସା ଘଟଣାରେ ସଂପୃକ୍ତ ଥିବା ଆଉ ଜଣଙ୍କୁ ଗିରଫ କରିଛି । ଗିରଫ ଅବଦୁଲ ଆଲିଆସ ରାଜା । ସିସିଟିଭି ଫୁଟେଜ ଆଧାରରେ ତାଙ୍କୁ ଗିରଫ କରାଯାଇଛି । ଜାହାଙ୍ଗୀରପୁରୀ ହିଂସାରେ ସେ ସକ୍ରିୟ ଥିବା ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ ଜାଫର, ବାବୁଦ୍ଧିନ ଓ ଫରିଦ ନାମକ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ ।

ଘଟଣାରେ ବର୍ତ୍ତମାନ ସୁଦ୍ଧା 3 ଜଣ ନାବାଳକଙ୍କୁ ମିଶାଇ 34 ଜଣଙ୍କୁ ଗିରଫ କରି ସାରିଛି ।

ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ଯେ, ଅଭିଯୁକ୍ତଜଣଙ୍କ 2010 ମସିହାରୁ ସ୍ଥାନୀୟ ଅଞ୍ଚଳରେ ଏକାଧିକ ଅପରାଧିକ ମାମଲାରେ ମଧ୍ୟ ସମ୍ପୃକ୍ତ ରହିଛି । ଏବେ ସୁଦ୍ଧା ଚୋରି, ଡକାୟତି ଏବଂ ଆର୍ମସ୍ ଆକ୍ଟ ପରିି ମୋଟ 6ଟି ସଙ୍ଗୀନ ମାମଲା ମଧ୍ୟ ଅଭିଯୁକ୍ତ ନାମରେ ରହିଛି ।

ସୂଚନାଯୋଗ୍ୟ, ଏପ୍ରିଲ 16ରେ ରାଜଧାନୀ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟି ଏକାଧିକ ସାଧାରଣ ବ୍ୟକ୍ତିଙ୍କ ସହ ଜଣେ ପୋଲିସ ଅଧିକାରୀ ମଧ୍ୟ ଗୁରୁତର ହୋଇଥିଲେ । ଏହି ଘଟଣାରେ ମଧ୍ୟ ସେ ସମ୍ପୃକ୍ତ ଥିବା କହିଛି ପୋଲିସ ।ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା ହୋଇଥିଲା । ପରସ୍ପରକୁ ଠେଲା ପଥର ଫିଙ୍ଗିବା ସହ କାଚବୋତଲ ମାଡ କରିଥିଲେ । ଯେଉଁଥିରେ ଏକାଧିକ ସ୍ଥାନୀୟ ଲୋକଙ୍କ ସହ ୮ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଏହାସହ କିଛି ଗାଡି ମଧ୍ୟ ପୋଡି ଦିଆଯାଇଥିଲା ।

Related Posts