ନୂଆଦିଲ୍ଲୀ: ଏଆଇଏମ୍ଆଇଏମ୍ ଅସଦ୍ଦୁଦିନ ଓୱେସି ଓ ସ୍ୱାମୀ ୟତିନରସିଂହାନନ୍ଦଙ୍କ ବିରୋଧରେ ମାମଲା ରୁଜୁ | ଦିଲ୍ଲୀ ପୁଲିସ ଏହି ବଡ ଆକ୍ସନ ନେଇଛି | ହେଟ୍ ସ୍ପିଚ୍ ଓ ସୋଶାଲ ମିଡିଆରେ ଘୃଣାଭାବ ବିସ୍ତାର କରୁଥିବା ଅଭିଯୋଗରେ ଭିନ୍ନ ଭିନ୍ନ ଧର୍ମ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରାଯାଉଥିବା ଏବଂ ବିବାଦୀୟ ବୟାନ ତଥା ସୋଶାଲ ମିଡିଆରେ ଘୃଣାଭାଗ ବିସ୍ତାର କରିବା ଅଭିଯୋଗରେ ମାମଲା ରୁଜୁ ହୋଇଛି ।
ଦିଲ୍ଲୀ ସାଇବର ସେଲ୍ ପୁଲିସ ଏମାନଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛି। ଏହାପୂର୍ବରୁ ଦିଲ୍ଳୀ ପୁଲିସ IFSO ୟୁନିଟ୍ ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ସମେତ ୯ ଜଣଙ୍କ ବିରୋଧରେ ଏଫ୍ଆରଇ ରୁଜୁ କରିଥିଲା।
ଦିଲ୍ଲୀ ପୁଲିସର ସୂଚନା ମୁତାବକ, ଏଆଇଏମ୍ଆଇଏମ୍ ପ୍ରମୁଖ ଅସଦ୍ଦୁଦିନ ଓୱେସି ଓ ସ୍ୱାମୀ ନରସିଂହାନ୍ଦଙ୍କ ବିରୋଧରେ ସୋଶାଲ ମିଡିଆ ମାଧ୍ୟମରେ ସମାଜରେ ଘୃଣାଭାବ ବିସ୍ତାର କରିବା, ଭୁଲ୍ ବାର୍ତ୍ତା ପଠାଇବା ଓ ଧାର୍ମିକ ଭାବନାକୁ ଆଘାତା ଦେବା ଅଭିଯୋଗ ରହିଛି।
ଓୱେସିଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନା ବାହାରେ ହଠାତ୍ ଏଆଇଏମ୍ଆଇଏମ୍ର ଅନେକ କାର୍ଯ୍ୟକର୍ତ୍ତା ଏକାଠି ହୋଇ ନାରାବାଜି କରିଛନ୍ତି। ପରେ ପୁଲିସ ସମସ୍ତଙ୍କୁ ଅଟକ ରଖିଛି। ନୂପୁର ଶର୍ମାଙ୍କ ମାମଲାରେ ଓୱେସି ଲଗାତାର ବୟାନବାଜୀ କରୁଥିଲେ।
ସୂଚନାଯୋଗ୍ୟ, ଏକ ଟେଲିଭିଜନ ବିତର୍କରେ ଭାଗ ନେଇ ନୂପୁର ଶର୍ମା ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ। ଏହା ପରେ ଏହି ବିବାଦ ବଢ଼ିଥିଲା। ସେଥିପାଇଁ ବିଦେଶରେ ମଧ୍ୟ ଭାରତକୁ ସମାଲୋଚିତ ହେବାକୁ ପଡ଼ିଛି। ବିଶେଷ କରି ମୁସ୍ଲିମ୍ ରାଷ୍ଟ୍ର ଗୁଡ଼ିକ ଏହି ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
