ଏଣିକି ଯୋଗୀ ସରକାର ପ୍ରତିବର୍ଷ ନିଜ ସରକାରୀ କର୍ମଚାରୀଙ୍କ ବଙ୍ଗଳା, କାର, ଅଳଙ୍କାର ଏବଂ ବ୍ୟାଙ୍କ ବାଲାନ୍ସର ନେବେ ହିସାବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି ଯୋଗୀ ସରକାର ପ୍ରତିବର୍ଷ ନିଜ ସରକାରୀ କର୍ମଚାରୀଙ୍କ ବଙ୍ଗଳା, କାର, ଅଳଙ୍କାର ଏବଂ ବ୍ୟାଙ୍କ ବାଲାନ୍ସର ନେବେ ହିସାବ । ଏଥିପାଇଁ ସ୍ପାରୋ-ୟୁପି ପୋର୍ଟାଲ ଏନଆଇସି ମାଧ୍ୟମରେ ପ୍ରସ୍ତୁତ କରାଯାଇଛି । ତେବେ ପୋର୍ଟାଲରେ, ପିସିଏସ୍ ଅଧିକାରୀମାନଙ୍କୁ ପ୍ରତ୍ୟେକ ବର୍ଷ ଆରମ୍ଭରେ ଜାନୁଆରୀ ୧ ରୁ ଜାନୁୟାରୀ ୨୧ ପର‌୍ୟ୍ୟନ୍ତ ସେମାନଙ୍କର ସମ୍ପତ୍ତି ବିବରଣୀ ଅନଲାଇନରେ ଦାଖଲ କରିବାକୁ ପଡିବ । ଏହାର ଲଗଇନ୍ ଏବଂ ପାସୱାର୍ଡ ଅଧିକାରୀମାନଙ୍କୁ ଦିଆଯାଇଛି। ସେପଟେ ଆଇଏଏସ ଅଧିକାରୀଙ୍କ ପାଇଁ ସେମାନଙ୍କର ସମ୍ପତ୍ତିର ବିବରଣୀ ଦେବା ବାଧ୍ୟତାମୂଳକ ଅଟେ ।

ଭାରତ ସରକାରଙ୍କ ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ ଅଧୀନରେ ଏହି ବ୍ୟବସ୍ଥା କାର‌୍ୟ୍ୟକାରୀ ହୋଇସାରିଛି। ଅଧିକାରୀମାନଙ୍କୁ ସ୍ପାରୋ ସଫ୍ଟୱେର୍ ସହିତ ଅନଲାଇନରେ ସେମାନଙ୍କର ସମ୍ପତ୍ତି ବିବରଣୀ ପ୍ରଦାନ କରିବାକୁ ପଡିବ । ଆଇଏଏସ ଅଧିକାରୀଙ୍କ ପାଇଁ ପ୍ରଯୁଜ୍ୟ ସିଷ୍ଟମର ଧାଡିରେ, ୟୁପି ସରକାର ପିସିଏସ ଅଧିକାରୀଙ୍କ ପାଇଁ ମଧ୍ୟ ଏହି ବ୍ୟବସ୍ଥା କାର‌୍ୟ୍ୟକାରୀ କରିଛନ୍ତି ।

Related Posts