ଭୋଜପୁରୀ ଗାୟକ ବିନୟ ଶର୍ମାଙ୍କ ନିକଟରୁ ୨୧ କିଲୋଗ୍ରାମ ଗଞ୍ଜେଇ ଜବତ କଲା ଦିଲ୍ଲୀ ପୋଲିସ

ମୁମ୍ବାଇ: ପଶ୍ଚିମ ଦିଲ୍ଲୀର ଇନ୍ଦରପୁରୀ ଅଞ୍ଚଳରୁ ୨୧ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ । ଦିଲ୍ଲୀ ପୋଲିସର ସୂଚନାନୁସାରେ, ଏହି ବ୍ୟକ୍ତି ଜଣକ ବିନୟ ଶର୍ମା, ଯିଏକି ଭୋଜପୁରୀ ଗାୟକ । ସେ ଏପର୍ଯ୍ୟନ୍ତ ୧୦୦ ରୁ ଅଧିକ ଗୀତ ଗାଇଛନ୍ତି।ପୋଲିସର ସୂଚନାନୁସାରେ, ନାର୍କୋଟିକ୍ସ ସେଲ୍ ଏହାର ସୂଚନାକାରୀଙ୍କଠାରୁ ଏହି ଖବର ପାଇଥିଲା।

ଏହା ପରେ ସବ୍-ଇନ୍ସପେକ୍ଟର , ଏଏସଆଇ ନାର୍କୋଟିକ୍ସ ଟିମ୍‌ ଇନ୍ଦରପୁରୀର ଟୋପାପୁରରେ ପହଞ୍ଚି ଡ୍ରଗ୍ସ ବେପାରୀଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା । ଯେଉଁଥିରେ ବିନୟ ଶର୍ମା ଫସିଯାଇଥିଲେ ।

ଘଟଣାସ୍ଥଳରେ ପୋଲିସ୍‌ ଗିରଫ କରିଥିଲା । ପୋଲିସ ଷ୍ଟେସନରେ ଏନଡିପିଏସ ଆକ୍ଟ ଅନୁଯାୟୀ ଏନେଇ ଏକ ମାମଲା ରୁଜୁ ହୋଇଛି। ଭୋଜପୁରୀ ଗାୟକଙ୍କ ନିକଟରୁ ଏତେ ପରିମାଣର ଗଞ୍ଜେଇ ସାମଗ୍ରୀ କେଉଁଠୁ ଆସିଛି। ନା କିଏ ଦେଇଛି । ତାହାର ଅନୁସନ୍ଧାନ ଚାଲିଛି

Related Posts