ଦିଲ୍ଲୀର ବାୟୁ ଗୁଣବତ୍ତା ଏକ୍ୟୁଆଇ ୩୪୬କୁ ବୃଦ୍ଧି: ଏସ୍‌ଏଏଫ୍‌ଏଆର

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ବଢ଼ିବାକୁ ଲାଗିଛି ବାୟୁ ପ୍ରଦୂଷଣ ସ୍ତର । ପୁଣି ଥରେ ଖରାପ୍‌ରୁ ଅତି ଖରାପ୍‌ ହେବାରେ ଲାଗିଛି ସ୍ଥିତି । ସିଷ୍ଟମ ଅଫ୍‌ ଏୟାର କ୍ୱାଲିଟି ଆଣ୍ଡ ଓ୍ବେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ(ଏସ୍‌ଏଏଫ୍‌ଏଆର) ଅନୁଯାୟୀ, ବୁଧବାର ଦିଲ୍ଲୀର ବାୟୁ ଗୁଣବତ୍ତା ଏକ୍ୟୁଆଇ ୩୪୬କୁ ଟପିଛି।

ଦିଲ୍ଲୀର ଜଳବାୟୁରେ ବ୍ୟାପିଥିବା ଏହି ବିଷାକ୍ତ ବାୟୁ ସିଧାସଳଖ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ଲୋକମାନଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିବା ବେଳେ ଆଖି ଜଳାପୋଡ଼ା ହେବା ସହ ଛାତିରେ ଯନ୍ତ୍ରଣା ଭଳି ସମସ୍ୟା ଦେଖାଯାଉଛି। ବାୟୁ ଗୁଣବତ୍ତାର ଏହି ସ୍ତର ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି ଡାକ୍ତର କହିଛନ୍ତି। ତେବେ କିଛି ଜରୁରୀ କାର୍ଯ୍ୟ ଥିଲେ ହିଁ ଘରୁ ବାହାରକୁ ଯାଆନ୍ତୁ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି। ଏଥିସହ ମର୍ଣ୍ଣି ଏବଂ ଇଭିନିଂ ଓ୍ବାକ୍‌ରେ ମଧ୍ୟ ନ ଯିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Related Posts