ଭୁବନେଶ୍ଵର,୨୮/୧୨(ସତ୍ୟପାଠ ବ୍ୟୁରୋ): ଆଜି ରାଜ୍ୟରେ କୋଭିଡ ସ୍ଥିତର ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ । ଗତ ୩ ମାସରେ କୋଭିଡ ମାମଲା କମି କମି ଆସିଛି। ଓଡିଶାରେ ପ୍ରତିଦିନ ୫ରୁ ୭ କୋଭିଡ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଜାତୀୟ ସ୍ତରଠାରୁ ଅଧିକ କୋଭିଡ ଟେଷ୍ଟ ଓଡ଼ିଶାରେ ହେଉଥିଲେ ମଧ୍ୟ ରାଜ୍ୟରେ ଏବେ ସୁଦ୍ଧା କୋଭିଡ ମାମଲା ସମାନ ସ୍ଥିତିରେ ରହିଛି। ଓଡ଼ିଶାରେ ପଜିଟିଭ ହାର ୦.୦୪ % ରହିଥିବା ବେଳେ ଜାତୀୟ ସ୍ତରରେ ୦.୦୩ ପ୍ରତିଶତ ରହିଛି।

ସେଥିପାଇଁ ଓଡ଼ିଶାରେ କୋଭିଡ କଟକଣା ହାଇଟାଇ ଦିଆଯାଇଛି। ହସ୍ପିଟାଲରେ କୋଭିଡ ପାଇଁ ସମସ୍ତ ସରଞ୍ଜାମ ମହଜୁଦ ରହିଛି। କୋଭିଡ ଚିକିତ୍ସା ପାଇଁ ଡାକ୍ତର ଓ କର୍ମଚାରୀ ବି ସଜାଗ ଅଛନ୍ତି। ଚୀନ ଭ୍ଯାରିଆଣ୍ଟ କୁହା ଯାଉଥିବା ବିଏଫ.୭ ଗତ ୩ରୁ ୪ ମାସ ଧରି ଅଛି। ବିଏଫ.୭ ଭ୍ୟାରିଆଣ୍ଟ ପାଇଁ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଗହଳି ସ୍ଥାନକୁ ଯାଉଛନ୍ତି ତାହାଲେ ନିଜ ସୁରକ୍ଷା ପାଇଁ ମାସ୍କ ପିନ୍ଧନ୍ତୁ । ଆମ ରାଜ୍ୟରେ ୯୦ ପ୍ରତିଶତରୁ ଅଧିକା ଲୋକ ଦୁଇଟି ଡୋଜ୍ ଟିକା ନେଇ ସାରିଛନ୍ତି । କରୋନା ନେଇ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।