ଭଦ୍ରକ: ଜମୁଛି ଧାମନଗର ଉପନିର୍ବାଚନର ପ୍ରଚାର ମଇଦାନ । 5 ପ୍ରାଥୀ ପ୍ରଚାର ମାଇଦାନକୁ ଓଳାହି ଜୋରଦାରରେ ପ୍ରଚାର କରୁଛନ୍ତି । ସେପଟେ ବିଜେପି ନିଜ ଗଡ ରଖିବା ନେଇ ଲଗିପଡ଼ିଛି । ପ୍ରଚାର ମଇଦାନ କୁ ହେବିୱେଟ ନେତାଙ୍କୁ ଓହ୍ଲାହି ବିଜେପି ଭୋଟ ବ୍ୟାଙ୍କ ହାତେଇବା ଲକ୍ଷ୍ୟରେ ଲାଗି ପଡ଼ିଛି।
ସେପଟେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭଦ୍ରକରେ ପହଞ୍ଚି ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ସେ ବିଜେପିର କାର୍ଯ୍ୟକର୍ତ୍ତାଙ୍କ ବୈଠକରେ ଯୋଗଦେଇ ଧାମନଗର ଉପନିର୍ବାଚନ ଲାଗି କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି।
ଏହି ବୈଠକରେ ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ବରୀ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ରଞ୍ଜିତ ଠାକୁର, ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ, ଧାମନଗର ଉପନିର୍ବାଚନରେ ବିଜେପିର ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ, ଅଭିମନ୍ୟୁ ସେଠୀ, ବଦ୍ରି ନାରାୟଣ ଧଳ, ଦୀନବନ୍ଧୁ ପତି ଓ ମନସ୍ମିତା ଖୁଣ୍ଟିଆଙ୍କ ସମେତ ଜିଲ୍ଲାର ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।
ଆସନ୍ତା ନଭେମ୍ବର ୩ ତାରିଖରେ ଧାମନଗରରେ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କୁ ଜିତାଇବା ପାଇଁ ଗୁରୁମନ୍ତ୍ର ଦେବା ସହ ନିର୍ବାଚନୀ ରଣ କୌଶଳ ପ୍ରସ୍ତୁତି କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
