କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଲେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ

ଭୁବନେଶ୍ବର : ୬୫୦ କୋଟି ବ୍ୟୟରେ ନାଇଜର ଭୁବନେଶ୍ବର ଠାରେ ନିର୍ମାଣ ହେବ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ । ଏନେଇ ବିଧାନସଭା ଶୂନ୍ୟକାଳରେ ଖୁସି ବ୍ୟକ୍ତ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଇଛନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ।

ଶୂନ୍ୟକାଳରେ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ଭାରତ ସରକାର ୪୦୦ କୋଟି ଏବଂ ଟାଟା ଟ୍ରଷ୍ଟ ୨୫୦ କୋଟି ଟଙ୍କା ଦେବ । ଏହା ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ବଡ଼ ଅବଦାନ ଓ ଉଦ୍ୟମ ରହିଛି । ତାଙ୍କୁ ଏଥିପାଇଁ ସ୍ବାଗତ ଜଣାଉଛି । ଏପରି ନିଷ୍ପତ୍ତି ଜଟଣୀକୁ ଆହୁରି ବିକଶିତ କରିବ ।

କେବଳ ଏତିକି ନୁହେଁ ପାଇକ ପାଇଁ ଧର୍ମେନ୍ଦ୍ର ପ୍ରଧାନ ୨୦୦ କୋଟି ଟଙ୍କା ଦେଇଥିଲେ, ଏବେ ରାଜ୍ୟ ସରକାର ଜମି ଦେଇଛନ୍ତି ତେଣୁ ଉଭୟଙ୍କୁ ଧନ୍ୟବାଦ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଂକ ସହଯୋଗ ବଳରେ ଜଟଣୀ ଆହୁରି ବିକଶିତ ହୋଇପାରିବ ।

Related Posts