ଧର୍ମଗଡ଼: ଧର୍ମଗଡ ଉପ ଡାକ ଘରୁ ଚୋରି ଉଦ୍ୟମ ହୋଇଛି। ଗତକାଲି ରାତିରେ ଘଟିଛି ଏହି ଘଟଣା । କେତେ ଜଣ ଚୋର ରାତିରେ ମୁଖ୍ୟ ଦ୍ଵାରକୁ ଭାଙ୍ଗି ଭିତରେ ପଶିଥିଲେ ଓ ଭିତର ପଟୁ ଶବ୍ଦ ହେବାରୁ ଉପରେ ରହୁଥିବା ଗୃହକର୍ତ୍ତା ପୁଲିସକୁ ଫୋନ କରିଥିଲେ।
ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଚୋରମାନେ ପଳାଇ ଯାଇଥିଲେ। ପୁଲିସ ପ୍ରାଥମିକ ତଦନ୍ତ କରି ଜାଣିବାକୁ ପାଇଥିଲା ଯେ ଗୋଟିଏ ଝରକା ମଧ୍ୟ ଭଙ୍ଗା ଯାଇଛି। ହେଲେ କଣ ସବୁ ଚୋରି ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ।
ଅନ୍ୟ ପକ୍ଷରେ ପୁଲିସ ପାଟ୍ରୋଲିଂ ସମୟରେ ଗୋଟିଏ ସ୍କୁଟିରେ ଯାଉଥିବା ତିନି ଜଣଙ୍କୁ ସ୍ଥାନୀୟ ଚାରିଛକଠାରେ ଅଟକ ରଖାଯାଇଛି ଓ ଛତିଶଗଡ଼ ରାଜ୍ୟର ନମ୍ବର ଥିବା ଗୋଟିଏ ସ୍କୁଟିକୁ ମଧ୍ୟ ରଖାଯାଇଛି। ବର୍ତ୍ତମାନ ପୁଲିସ ତଦନ୍ତ ଜାରି ରଖିଛି ।
