ଆଜି ୧୨ଘଣ୍ଟିଆ ଢେଙ୍କାନାଳ ବନ୍ଦ

ଢେଙ୍କାନାଳ: ଆଜି ୧୨ଘଣ୍ଟିଆ ଢେଙ୍କାନାଳ ବନ୍ଦ । ଏନ ଏଚ-୫୫ର ଦୂରାବସ୍ଥା ନେଇ ଜିଲ୍ଲା ଓକିଲ ସଂଘ ନେତୃତ୍ୱରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡ଼ାକରା ଦିଆଯାଇଛି । ଏହି ବନ୍ଦ ଡାକରାକୁ ଜିଲ୍ଲା ସାମ୍ବାଦିକ ସଂଘ ଠାରୁ ଆରମ୍ଭ କରି ବାଣିଜ୍ୟ ପ୍ରତିଷ୍ଠାନ, ଘରୋଇ ବସ ଓ ଟ୍ରକ ମାଲିକ ସଂଘ ଓ ମିଳିତ ବଜାର କମିଟି ପର୍ଯ୍ୟନ୍ତ ସମସ୍ତେ ସାମିଲ ହୋଇଛନ୍ତି ।

ସକାଳେ ଢେଙ୍କାନାଳରେ ସମସ୍ତ ଦୋକାନ ବଜାର, ସ୍କୁଲ କଲେଜ ବ୍ୟାଙ୍କ ପେଟ୍ରୋଲ ପମ୍ପ, ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସଂପୂର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ସେପଟେ ପୂର୍ବତଟ ରେଳପଥକୁ ଶ୍ୟାମଚରଣପୁର ଠାରେ ସକାଳ ୭ଟାରୁ ଦୁଇ ଘଣ୍ଟା ପାଇଁ ବନ୍ଦ ରଖାଯାଇଛି ।

ଏତତ୍ ବ୍ୟତୀତ, ଏନ ଏଚ-୫୫ର କଲେଜ ବାଏ ପାସ ,କୋରିଆଁ ଛକ ଠାରେ ଓ ପୁରୁଣା କଟକ- ସମ୍ବଲପୁର ରାସ୍ତାକୁ ଭାପୁର ଛକରେ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । ଯାହା ଫଳରେ କଟକ ସମ୍ବଲପୁର ମଧ୍ୟରେ ଯାତାୟାତ ସଂପୂର୍ଣ୍ଣ ଠପ୍ ହୋଇଯାଇଛି ।

Related Posts