ଗଞ୍ଜାମ ଲାକଟେରୀ ଗାଁରେ ଝାଡ଼ାବାନ୍ତି ଆତଙ୍କ: ୨ ଜଣଙ୍କର ମୃତ୍ୟୁ, ୧୪ ଜଣ ଚିକିତ୍ସିତ

ମୋହନା: ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଦୁଇ ମୃତ | ଏଥିସହ ଆଉ ୧୪ ଜଣ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି | ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଅନ୍ତର୍ଗତ ଲାକଟେରୀ ଗାଁରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ | ୧୩ ଜଣ ଗାଁରେ ଚିକିତ୍ସାଧୀନ ଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି।

ପଚା ମାଛ ଖାଇ ସମସ୍ତେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ମେଡ଼ିକାଲ କର୍ମଚାରୀ କହିଛନ୍ତି। ହେଲେ ଝାଡାବାନ୍ତି ପଛରେ ଦୂଷିତ ପାଣି ମୁଖ୍ୟ କାରଣ ବୋଲି ଗାଁ ଲୋକେ କହିଛନ୍ତି। ମେଡ଼ିକାଲ ଟିମ୍ ଗାଁରେ ପହଞ୍ଚି ଗୁରୁତରଙ୍କୁ ଚିକିତ୍ସା କରିଛନ୍ତି। ଗ୍ରାମବାସୀଙ୍କୁ ସଚେତନ କରିବା ସହ କୂଅରେ ବ୍ଲିଚିଂ ପକାଇଛନ୍ତି। ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।

ମେଡ଼ିକାଲ କର୍ମଚାରୀ କହିଛନ୍ତି, ପଚା ମାଛ ଖାଇବା ଯୋଗୁଁ ଝାଡ଼ାବାନ୍ତି ବ୍ୟାପିଛି। ଲୋକମାନଙ୍କୁ ସଚେତନା କରାଯାଉଛି। ଗାଁରେ ଦୁଇଟି କୂଅ ରହିଛି। କୂଅ ଗୁଡ଼ିକରେ ବ୍ଲିଚିଂ ପକାଯାଇଛି ଓ ସ୍ଥିତି ଉପରେ ନଜର ରଖାଯାଇଛି | ଆଗକୁ ଯେପରି ଲୋକମାନେ ସଚେତନ ହେବେ ସେନେଇ ସମସ୍ତଙ୍କୁ ବୁଝାଯାଉଛି |

Related Posts