ଆଫ୍ରିକାର ସବୁଠୁ ବଡ଼ ମାଇ ହାତୀ ‘ଦିଦା’ର ମୃତ୍ୟୁ

ନୂଆଦିଲ୍ଲୀ : ଆଖି ବୁଜିଲା ଆଫ୍ରିକାର ସବୁଠୁ ବଡ଼ ମାଇ ହାତୀ ‘ଦିଦା’ । କେନିଆର ଟିସାଭୋ ଇଷ୍ଟ ନ୍ୟାସନାଲ ପାର୍କରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛି । ମୃତ୍ୟୁ ବେଳକୁ ତାକୁ ୬୦ରୁ ୬୫ ବର୍ଷ ହୋଇଥିଲା। କେନିଆ ଗ୍ରାସଲାଣ୍ଡରେ ରହି ଜୀବନ ବିତାଇବା ବେଳେ ଦିଦାକୁ ଆଫ୍ରିକାର ସବୁଠୁ ବଡ଼ ମାଇହାତୀ ବୋଲି କୁହାଯାଉଥିଲା।

ଆଫ୍ରିକିୟ ବନ୍ଯଜୀବଙ୍କ ମଧ୍ୟରେ ଦିଦା ତାର ପ୍ରଜାତିରେ ପ୍ରତୀକ ଥିଲା। ଦିଦା ପ୍ରତ୍ୟାକ୍ଷିତ ଜୀବନ ଠାରୁ ବହୁତ ଭଲ ଭାବେ ଜଙ୍ଗଲ ଭିତରେ ଜିଉଁଥିଲା। ଲମ୍ୱା ଦାନ୍ତ ଓ ମୋଟା ତ୍ୱଚା ପାଇଁ ପର୍ଯ୍ୟଟକ ଓ କେନିଆ ନାଗରିକଙ୍କଠାରେ ଦିଦା ବହୁତ ପରିଚିତ ଥିଲା।

‘’ବୟସାଧିକ୍ୟ କାରଣରୁ ପ୍ରାକୃତିକ ଭାବେ ଏକ ପୁରା ଜୀବନ ବଞ୍ଚି ତାର ମୃତ୍ୟୁ ହୋଇଛି’’ ବୋଲି କେନିଆ ୱାଇଲ୍ଡ ଲାଇଫ ସର୍ଭିସ୍‌ ତାର ଟୁଇଟ କରି ସ୍ପଷ୍ଟ ସୂଚନା ଦେଇଛି। ଏହା ସହିତ ଦିଦାର କିଛି ପୁରୁଣା ଫଟୋ ମଧ୍ୟ କେନିଆ ୱାଇଲ୍ଡ ଲାଇଫ୍‌ ସର୍ଭିସ୍‌ ଟ୍ୱିଟର୍‌ରେ ପୋଷ୍ଟ କରିଛି।

‘’ଦିଦା ଟିସାଭୋ ପାଇଁ ଏକ ପ୍ରକୃତ ମାତୃସତ୍ତା ଥିଲା ଏବଂ ଅନେକ ଦଶକ ପାଇଁ ଜ୍ଞାନର ଏକ ବଡ଼଼ ଭଣ୍ଡାର ଥିଲା। ସେ ଅନେକ ଋତୁ ଏବଂ ସମସ୍ୟାପୂର୍ଣ୍ଣ ସମୟରେ ଗୋଠରେ ଥିବା ବନ୍ୟପ୍ରାଣୀଙ୍କୁ ଚରାଉଥିଲା। ସେ ଉଭୟ ବିଷୟରେ ଅନେକ ପ୍ରାମାଣିକ ଚଳଚ୍ଚିତ୍ରରେ ଅଂଶ ଗ୍ରହଣ କରି ପର୍ଯ୍ୟଟକମାନଙ୍କର ଆକର୍ଷଣ ସାଜିଥିଲା’’ ବୋଲି କେନିଆ ୱାଇଲ୍ଡ ଲାଇଫ ସର୍ଭିସ୍‌ କହିଛି। ଟିସାଭୋ ପରିବେଶ ସଂରକ୍ଷଣ ଗ୍ରୁପ୍‌ ଟ୍ରଷ୍ଟ କହିଛି ଯେ, ଦିଦା ଏକ ପ୍ରତିଷ୍ଠିତ ହାତୀର ଜ୍ୱଳନ୍ତ ପ୍ରତିକ ଥିଲା।

କେନିଆ ଯେତେବେଳେ ସବୁଠୁ ଖରାପ ମରୁଡ଼ି ପରିସ୍ଥିତିର ସାମ୍ନା କରିଛି ସେହି ସମୟରେ ଦିଦାର ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଏହି ସମୟର ବନ୍ୟଜନ୍ତୁ ଓ ମଣିଷମାନଙ୍କ ଜୀବନ ସମାନ ଭାବେ ବିପଦ ରହିଛି। ଗତ ଅକ୍ଟୋବର ୨୩ରେ ଆସିଥିବା ଜାତିସଂଘ ରିପୋର୍ଟ ଅନୁସାରେ କେନିଆର କିଛି ଅଞ୍ଚଳରେ ଜଳ ସମ୍ୱଳ ୯୦ ପ୍ରତିଶତ ସୁଖି ଯାଇଛି ବୋଲି କୁହାଯାଇଛି

Related Posts