ବଏକଟ୍‌ ଟ୍ରେଣ୍ଡକୁ ସମର୍ଥନ କଲେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ

ମୁମ୍ଵାଇ : ଏବେ ସୋସିଆଲ ମିଡିଆରେ ଜୋର୍ ଧରିଛି ବଏକଟ୍‌ ଟ୍ରେଣ୍ଡ । ବିଶେଷ କରି ହିନ୍ଦୀସିନେମା ପ୍ରଭାବିତ ହେଉଛି । ୨୦୨୨ ବର୍ଷ ହିନ୍ଦୀ ସିନେମା ପାଇଁ ବିଶେଷ ଭଲ ନାହିଁ । ଦୀର୍ଘ ଦିନ ଧରି ବକ୍ସ ଅଫିସରେ ବଲିଉଡ ଚଳଚ୍ଚିତ୍ର ଲଗାତାର ଭାବରେ ଫ୍ଲପ୍ ହୋଇ ଆସୁଛି । ଚଳଚ୍ଚିତ୍ର ଗୁଡ଼ିକର ଫ୍ଲପ୍ ହେବାର ଅନ୍ୟତମ କାରଣ ସୋସିଆଲ ମିଡିଆରେ ସେୟାର କରାଯାଉଛି । ଏହାର କାରଣ ହେଉଈି ବଏକଟ୍‌ ଟ୍ରେଣ୍ଡ ବୋଲି ଜଣାପଡିଛି । ସୋସିଆଲ ମିଡିଆରେ ଫିଲ୍ମର ବଏକଟ୍‌ ହେତୁ ଫିଲ୍ମ ଏବଂ ତା କଲେକସନ୍‌ ଉପରେ ପ୍ରଭାବ ପଡୁଛି। ଏହି ସମୟରେ ‘କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏହି ବଏକଟ୍‌ ଟ୍ରେଣ୍ଡକୁ ନେଇ ନିଜର ବିବୃତ୍ତି ରଖିଛନ୍ତି।

ଏକ ସାକ୍ଷାତକାରରେ ବଏକଟ୍‌ ଟ୍ରେଣ୍ଡ ଉପରେ କଥାବାର୍ତ୍ତା କରି ବିବେକ କହିଛନ୍ତି ଏହା ଏକ ଭଲ ଟ୍ରେଣ୍ଡ। ଏହି ସମସ୍ୟା କଷ୍ଟସାଧ୍ୟ କିନ୍ତୁ ବଲିଉଡକୁ ବଏକଟ୍ କରିବା ଏକ ଭଲ ସଂସ୍କୃତି। ଏହା ଲୋକଙ୍କ ହତାଶତାକୁ କହିଥାଏ । ଯାହା ଉପରେ ବଲିଉଡ ଚିନ୍ତା କରେ । ଏହି ଧାରା ଶେଷରେ ଭଲ ଫଳାଫଳ ଦେବ । ଏକ ପ୍ରଶ୍ନର ଉତ୍ତରରେ ବିବେକ କହିଛନ୍ତି ଯେ ମୁଁ ସମାନ ପଦ୍ଧତି କିମ୍ବା ସୂତ୍ରରେ କାମ କରୁଥିବା ବଲିଉଡର ଅଂଶ ନୁହେଁ। ମୁଁ ଏଥିରୁ ବାହାରେ ଅଛି, ହିନ୍ଦୀ ଚଳଚ୍ଚିତ୍ର ନିର୍ମାଣ କରୁଛି ।

ଅମୀର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଡା’କୁ ବଏକଟ କରାଯାଇଥିଲା, ସେତେବେଳେ ନିର୍ଦ୍ଦେଶକ କହିଥିଲେ କି ଅମୀର ଖାନଙ୍କ ଫିଲ୍ମ ଦଙ୍ଗଲ ମଧ୍ୟ ବଏକଟର ସମ୍ମୁଖୀନ ହୋଇଥିଲା କିନ୍ତୁ ଫିଲ୍ମଟି ହିଟ୍ ହେଲା। ହେଲେ ମୁଁ କାହା ବିରୁଦ୍ଧରେ ନୁହେଁ। ମୁଁ କେବଳ ଫିଲ୍ମ ଇଣ୍ଡଷ୍ଟ୍ରିରେ ଉନ୍ନତି କରିବାକୁ ଚାହୁଁଛି । କଳାକାରଙ୍କ ଉପରୁ ଧ୍ୟାନ ହଟାଇ କାହାଣୀ ଲେଖା ଉପରେ ମନ ବଳ ଦେବା ଉଚିତ୍‌

Related Posts