ଟି-୨୦ ସିରିଜ୍‌: ଦ୍ରୁତ ତଥା ଭାରତୀୟ ଟିମ୍‌ର ଅଭିଜ୍ଞ ବୋଲର ମହମ୍ମଦ ସାମି ଟିମ୍‌ରୁ ବାଦ୍‌

ମୁମ୍ବାଇ : ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଲାଗିଛି ଜୋରଦାର ଝଟ୍‌କା । ଦ୍ରୁତ ତଥା ଭାରତୀୟ ଟିମ୍‌ର ଅଭିଜ୍ଞ ବୋଲର ମହମ୍ମଦ ସାମି ଟିମ୍‌ରୁ ବାଦ୍‌ ପଡିଛନ୍ତି ।

ଖବର ଅନୁଯାୟୀ, ଦ୍ରୁତ ବୋଲର ମହମ୍ମଦ ସାମିଙ୍କ କରୋନା ପରୀକ୍ଷା ହୋଇଥିଲେ । ଏଥିରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । ଯେଉଁଥିଲାଗି ଆଗାମୀ ୨୦ ତାରିଖରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରୁ ବାଦ୍‌ ପଡିଛନ୍ତି । ସାମିଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ଲାଗି ସେ ଟିମ୍‌ ସହିତ ମୋହାଲି ଗସ୍ତ କରିନାହାନ୍ତି ।

ସେପଟେ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ନିଜ ନାମକୁ ଗୋପନ ରଖି କହିଛନ୍ତି ଯେ, ମହମ୍ମଦ ସାମିଙ୍କ ଠାରେ କୋଭିଡ଼-୧୯ ଭୂତାଣୁ ଚିହ୍ନଟ ହୋଇଛି । କିନ୍ତୁ ଏହା ସାମାନ୍ୟ ରହିଛି । କିଛି ଦିନ ବିଶ୍ରାମ ଓ ଚିକିତ୍ସା ପରେ ସେ ସୁସ୍ଥ ହୋଇଯିବ । କିନ୍ତୁ ଏବେ ପାଇଁ ସେ ଟିମ୍‌ରୁ ବାଦ୍‌ ପଡିଛନ୍ତି । ସାମିଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ହିଁ ଟିମ୍‌ ସହିତ ଯୋଗଦେଇପାରିବେ । ଟିମ୍ ଇଣ୍ଡିଆ ପାଇଁ ଏହା ଏକ ଦୁର୍ଭାଗ୍ୟପୂର୍ଣ୍ଣ ପରିସ୍ଥିତି ବୋଲି କହିଛନ୍ତି । ଆଶା କରୁଛୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜକୁ ସାମି ପ୍ରତ୍ୟାବର୍ତ୍ତନ କରିପାରିବେ ।

ଅନ୍ୟପଟେ ମହମ୍ମଦ ସାମିଙ୍କ ବଦଳରେ ଦ୍ରୁତ ବୋଲର ଉମେଶ ଯାଦବଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ପାଇଁ ଟିମ୍‌ରେ ସାମିଲ କରାଯାଇଛି । ୩୪ ବର୍ଷୀୟ ଉମେଶ ଯାଦବ ଆହାତ ସମସ୍ୟା ଲାଗି ଏବେ ଏନ୍‌ସିଏରେ ଟ୍ରେନିଂ ନେଉଛନ୍ତି । ଉମେଶ ଯାଦବ ନିଜର ଶେଷ ଟି-୨୦ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୧୯ରେ ଖେଳିଥିଲେ । ପୁରା ଦୁଇ ବର୍ଷ ପରେ ଟି-୨୦ ଟିମ୍‌କୁ ଫେରୁଛନ୍ତି ଉମେଶ ଯାଦବ।

Related Posts